ଦେଶର ସର୍ବପ୍ରଥମ କିନ୍ନର ଭାବେ ଇଞ୍ଜିନିୟର ହେବାର ଗୌରବ ଅର୍ଜନ କଲେ ମାଲିନୀ ଦାସ

କୋଲକାତା: ଦେଶର ସର୍ବପ୍ରଥମ କିନ୍ନର ଭାବେ ବିଟେକ୍‌ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ୨୨ ବର୍ଷୀୟା ମାଲିନୀ ଦାସ। ମାଲିନୀ ହେଉଛନ୍ତି ପଶ୍ଚିମବଙ୍ଗ ବ୍ରହ୍ମପୋରର ବାସିନ୍ଦା। ଜୟପୁରର ଏକ ବିଶ୍ୱବିଦ୍ୟାଳୟରୁ ସେ କଂପ୍ୟୁଟର ସାଇନ୍ସରେ ବିଟେକ୍‌ ଡିଗ୍ରି ହାସଲ କରିଥିବା ଜାଣିବାକୁ ମିଳିଛି। ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ସେ ଏବେ ଜୟପୁରର ଏକ ବିପିଓରେ କର୍ଯ୍ୟରତ ଅଛନ୍ତି।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ରହ୍ମପୋରାର କେନ୍ଦ୍ରୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ି ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ସେ ୨୦୧୪ ମସିହାରେ ଜେଇଇ ପରୀକ୍ଷା ଦେଇଥିଲେ। ପ୍ରଥମରୁ ଜଣେ ମେଧାବୀ ଛାତ୍ରୀ ଥିବା ମାଲିନୀ ଜେଇଇରେ ସଫଳତା ପାଇବା ପରେ ସେ ଜୟପୁରର ଇଞ୍ଜିନିୟରିଂ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କଂପ୍ୟୁଟର ସାଇନ୍ସରେ ବିଟେକ୍‌ ଡିଗ୍ରି ହାସଲ କରିବା ପରେ ସେ ଏବେ ଗଣମାଧ୍ୟମ ଓ ଯୋଗାଯୋଗ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଲକ୍ଷ୍ୟ ରଖିଛନ୍ତି ମାଲିନୀ। ମାଲିନୀଙ୍କ ପିତା ମାତା ଉଭୟେ ସରକାରୀ କର୍ମଚାରୀ ଥିବାବେଳେ ତାଙ୍କର ଏଇ ସଫଳତା ପଛରେ ସେମାନଙ୍କର ସମର୍ଥନ ଓ ପ୍ରୋତ୍ସାହନ ରହିଥିବା କହିଛନ୍ତି ମାଲିନୀ। ଦେଶର ସର୍ବପ୍ରଥମ କିନ୍ନର ଭାବେ ବିଟେକ୍‌ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ମାଲିନୀ ଏବେ ସମଗ୍ର କିନ୍ନର ସମାଜ ପାଇଁ ଏକ ଆଦର୍ଶ ପାଲଟିଛନ୍ତି।

ସମ୍ବନ୍ଧିତ ଖବର