ରିପୋର୍ଟିଂ କରୁଥିବା ବେଳେ ପଛରୁ ଅଶାଳୀନ ଭାବେ ସ୍ପର୍ଶ କରିବାରୁ ଯୁବକଙ୍କୁ ମାଇକ୍ରୋଫୋନରେ ପିଟିଲେ ସାମ୍ବାଦିକା, ଦେଖନ୍ତୁ ପୂରା ଭିଡ଼ିଓ

ନୂଆଦିଲ୍ଲୀ: ଆଜିକାଲି ମହିଳାମାନଙ୍କ ଉପରେ ଅତ୍ୟାଚାର କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ସବୁ କ୍ଷେତ୍ରରେ ମହିଳାମାନେ ଅସଦାଚରଣର ଶିକାର ହେଉଛନ୍ତି । ଏଥିପାଇଁ ଅନେକ ଆଇନ ପ୍ରଣୟନ କରାଯାଇଥିବା ସତ୍ତ୍ୱେ ଏହାର କୌଣସ ସମାଧାନ ହୋଇ ପାରୁ ନାହିଁ । ଏବେ ପୁଣି ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ସମ୍ବାଦିକା ଲାଇଭ୍‌ ରିପୋର୍ଟିଂ କରୁଥିବା ବେଳେ ଅସଦାଚରଣ ଶିକାର ହୋଇଥିବା ଦେଖିବାକୁ ମିଳିଛି । ଫକ୍ସ ସ୍ପୋର୍ଟସର  ମେକ୍ସିକୋ ସାମ୍ବାଦିକା ମାରିଆ ଫର୍‌ନାଡ଼ା ମୋରା ଷ୍ଟାଡ଼ିୟମ ବାହାରେ ରିପୋର୍ଟିଂ କରୁଥିବା ବେଳେ କିଛି ଫ୍ୟାନ୍‌ ତାଙ୍କ ସହ ଅସଦାଚରଣ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ପ୍ରଥମେ ପରିସ୍ଥିତି ଠିକ୍‌ ଥିବା ବେଳେ ଯେତେବେଳେ ସାମ୍ବାଦିକା ଜଣଙ୍କ ଆଙ୍କରିଂ କରିବା ଆରମ୍ଭ କରିଥିଲେ ଧିରେ ଧିରେ କିଛି ଲୋକ ତାଙ୍କୁ ଘେରି ଯାଇ ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ସହ ଜୋରରେ ଚିଲାଇ ଡ଼େଇଁବାକୁ ଲାଗିଥିଲେ । ସାମ୍ବାଦିକା ଜଣଙ୍କ ପ୍ରଥମେ କିଛି କହି ନଥିବା ବେଳେ ଧିରେ ଧିରେ ଏହା ବଢ଼ିବାରୁ ରାଗି ଯାଇ ସେ ଧରିଥିବା ମାଇକ୍ରୋଫୋନରେ ଉକ୍ତ ଯୁବକ ଜଣଙ୍କୁ ପିଟିଥିଲେ । ଏହି ଘଟଣା ପରେ ସେ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ନିଜ କାମ ପାଇଁ ସେ ଜମା ବି ଦୁଃଖିତ ନୁହଁନ୍ତି ବୋଲି ଲେଖିଥିଲେ । ଅନ୍ୟ ପକ୍ଷରେ ଏହି ଭିଡ଼ିଓଟି ଭାଇରାଲ ହେବା ପରେ ସମସ୍ତେ ମାରିଆଙ୍କ ଏହି କାମକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର