କଂଗ୍ରେସର କ୍ଷତି ହେଲେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ: ମଣିଶଙ୍କର

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନ ଝଡ଼ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କୁ ଆୟର ‘ନୀଚ’ ବୋଲି କହି ଏକ ବୟାନ ଜାରି କରିବା ପରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ଆୟରଙ୍କୁ କଂଗ୍ରେସ ଦଳରୁ ସସ୍‌ପେଣ୍ଡ କରିଥିବା ବେଳେ ଆଜି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯଦି ତାଙ୍କ ବୟାନ ପାଇଁ ଗୁଜରାଟରେ କଂଗ୍ରେସ କ୍ଷତିର ସମ୍ମୁଖୀନ ହେବ ତା’ହେଲେ ସେ ଯେ କୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। ଆଜି ଗୁଜରାଟରେ ଏକ ର‍୍ୟାଲିରେ ରାହୁଲ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ କଂଗ୍ରେସ ଭାରତର ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ ଦେଉଛି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗକୁ ଆଦୌ ଗ୍ରହଣ କରାଯିବ ନାହିଁ। ୨୦୧୪ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ପ୍ରିୟାଙ୍କା ଗାନ୍ଧୀ ମୋଦିଙ୍କ ବିରୋଧରେ ନୀଚ ଶବ୍ଦ ପ୍ରୟୋଗ କରିଥିଲେ ଏବଂ ମୋଦି ଏହାକୁ ଏକ ଜାତିଆଣ ପ୍ରସଙ୍ଗ କରିବାକୁ ପଛାଇ ନଥିଲେ।

ସମ୍ବନ୍ଧିତ ଖବର