ଫ୍ଲୋରିଡା ଭିଡିଓ ଗେମ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଗଣ ଗୁଳିଚାଳନା ୪ ମୃତ; ୧୧ ଆହତ

ଫ୍ଲୋରିଡା: ରବିବାର ଦିନ ଫ୍ଲୋରିଡା ଅନ୍ତର୍ଗତ ଜ୍ୟାକ୍‌ସନ୍‌ଭାଇଲ୍‌ ଲ୍ୟାଣ୍ଡିଙ୍ଗ୍‌ସ୍ଥିତ ଗୋଟିଏ ରେସ୍ତୋରାଁରେ ଚାଲିଥିବା ଭିଡିଓ ଗେମ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଗଣ ଗୁଳିଚାଳନା ଦୃଶ୍ୟ ଅନ୍‌ଲାଇନ୍‌ରେ ପ୍ରସାରିତ ହୋଇଥିବା କଥା ସ୍ଥାନୀୟ ସେରିଫ୍‌ଙ୍କ ଅଫିସ ସୂତ୍ରରୁ ପ୍ରକାଶ। ସର୍ବସାଧାରଣ ସେ ସ୍ଥାନକୁ ନ ଯିବା ପାଇଁ ଅଫିସ ତରଫରୁ ସତର୍କ କାରାଇ ଦିଆଯାଇଥିଲା। ହଠାତ୍‌ ସେଠାରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ପୁଲିସ ସୂତ୍ରରୁ ଉଦ୍ଧାର କରି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି କି, ଏଥିରେ କିଛି ଲୋକଙ୍କ ଉପରେ ଗୁଳି ବାଜିଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହି ଗଣ ଗୁଳିକାଣ୍ଡରେ ୧୧ ଜଣ ଆହତ ହେବା ସହ ୪ ଜଣଙ୍କର ମୃତ୍ୟୁ ଘଟିଛି।

ପୁଲିସ କହିବା ଅନୁସାରେ, ଗୁଳି ଚଳାଇଥିବା ସନ୍ଦିଗ୍ଧଜଣକର ମୃତ୍ୟୁ ଘଟିଛି।

ଜ୍ୟାକ୍‌ସନ୍‌ଭାଇଲ୍‌ ସେରିଫ୍‌ ଅଫିସ୍‌ ଟୁଇଟ୍‌ କରିଥିଲେ: ଜ୍ୟାକ୍‌ସନ୍‌ଭାଇଲ୍‌ ଲ୍ୟାଣ୍ଡିଙ୍ଗ୍‌ରେ ଗଣ ଗୁଳିଚାଳନା। ସେଠାରୁ ଦୂରେଇ ରୁହନ୍ତୁ। ଏବେ ସେ ସ୍ଥାନ ନିରାପଦ ନୁହେଁ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜ୍ୟାକ୍‌ସନ୍‌ଭାଇଲ୍‌ ଲ୍ୟାଣ୍ଡିଙ୍ଗ୍‌ସ୍ଥିତ ଡାଉନ୍‌ଟାନ ଠାରେ ଓ୍ଵାଟର୍‌ଫ୍ରଣ୍ଟ୍‌ ଡାଇନିଙ୍ଗ୍‌, ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଏବଂ ସପିଙ୍ଗ୍‌ ସୁବିଧା ଥିବା ଏକ ରେସ୍ତୋରାଁ ଗଣ ଗୁଳିଚାଳନା ଘଟିଛି।

ସାମାଜିକ ଗଣମାଧ୍ୟମରେ ଷ୍ଟ୍ରିମ୍‌ ହୋଇଥିବା ଦୃଶ୍ୟରୁ ଜଣାପଡୁଛି ମ୍ୟାଡେନ୍‌ ଫୁଟ୍‌ବଲ୍‌ ଭିଡିଓ ଗେମ୍‌ ଚାଲିଥିବା ବେଳେ କେତେଗୁଡ଼ିଏ ଗୁଳି ଫୁଟିଥିଲା। ଖେଳାଳିମାନେ ଚିତ୍କାର କରୁଥିବାର ଶବ୍ଦ ମଧ୍ୟ ଶୁଭୁଛି।

ସମ୍ବନ୍ଧିତ ଖବର