ମୌତ୍‌ କୀ ଉମ୍ର କ୍ୟା ହୈ?

ନୂଆଦିଲ୍ଲୀ : ବାଜପେୟୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଥିଲେ ସୁଦ୍ଧା ତାଙ୍କ ଅଟଳ ବିଚାର, ସିଦ୍ଧାନ୍ତ ଏବଂ ନୈତିକ ମୂଲ୍ୟବୋଧ କିନ୍ତୁ ଦେଶବାସୀଙ୍କ ମନରେ ସବୁଦିନ ପାଇଁ ରହିବ ଏବଂ ସେମାନଙ୍କୁ ଏହା ସବୁବେଳେ ମାର୍ଗଦର୍ଶନ ଦେବ। ଏମିତି କି ବାଜପେୟୀ ମଧ୍ୟ ନିଜର କିଛି କବିତା ମାଧ୍ୟମରେ ମୃତ୍ୟୁକୁ ଏକ ସାଧାରଣ ଘଟଣା ବୋଲି ବର୍ଣ୍ଣନା କରିବା ସହିତ ଜୀବନ କ୍ଷଣିକ ପାଇଁ ବୋଲି କହି ଯାଇଛନ୍ତି। ଏକ କବିତାରେ ସେ ଲେଖିଛନ୍ତି, ‘‘ମୌତ୍‌ କୀ ଉମ୍ର କ୍ୟା ହୈ? ଦୋ ପଲ୍‌ ଭି ନହିଁ। ଜିନ୍ଦଗୀ ସିଲ୍‌ସିଲା, ଆଜ୍‌ କଲ୍‌ କୀ ନହିଁ। ମେଁ ଜି ଭର ଜିୟା, ମେଁ ମନ୍‌ ସେ ମରୁଁ, ଲୌଟ୍‌କର ଆଉଁଗା, କୁଛ୍‌ ସେ କୁଁ୍ୟ ଡରୁଁ?’’ ଆଜି ଦେଶବାସୀ ତଥା ବିଦେଶରେ ଥିବା ତାଙ୍କର ଅଗଣିତ ପ୍ରଶଂସକ ଓ ସମର୍ଥକ ମଧ୍ୟ ବାଜପେୟୀଙ୍କ ଏହି କବିତାକୁ ନିଜ ବାର୍ତାରେ ଗୁନ୍ଥି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାସ୍ତବରେ ମୃତ୍ୟୁକୁ ଏଭଳି ସରଳ ଭାଷାରେ ବୁଝାଇ ମୃତ୍ୟୁକୁ ଜିତିଯାଇଛନ୍ତି ଯୁଗପୁରୁଷ ବାଜପେୟୀ।

ବାଜପେୟୀଙ୍କ କବି ମନ ସବୁବେଳେ ସମ୍ବେଦନାରେ ଭରି ରହୁଥିଲା। ତାଙ୍କର ଆତ୍ମୀୟତା, ମଧୁରତା ଓ ସରଳତା ଲୋକଙ୍କୁ ସବୁବେଳେ ବାନ୍ଧି ରଖୁଥିଲା। ତାଙ୍କୁ ଅନେକ ଲୋକ ଅଜାତଶତ୍ରୁ ବୋଲି କହୁଥିଲେ। କାରଣ ସେ ସବୁବେଳେ ବନ୍ଧୁ ସୃଷ୍ଟି କରିଚାଲିଥିଲେ। ତାଙ୍କର କୌଣସି ଶତ୍ରୁ ନଥିଲେ।

ସମ୍ବନ୍ଧିତ ଖବର