ଯବାନଙ୍କ ଜୋତା ନେଇ ଷ୍ଟୁଡିଓରେ ପହଞ୍ଚିଥିଲେ ମନ୍ତ୍ରୀ, ବିରୋଧୀଙ୍କୁ କହିଥିଲେ ଏହାକୁ ଚୁମ୍ବନ ଦିଅ

ପାକିସ୍ତାନ: ଏବେ ପାକିସ୍ତାନ ତହରିକ-ଏ-ଇନ୍‌ସାଫ ଦଳ ପାକିସ୍ତାନରେ କ୍ଷମତାରେ ରହିଛି। ନିକଟରେ ଏହି ଦଳର ନେତା ଓ ସେଠାରେ ଜଳସଂପଦ ମନ୍ତ୍ରୀ ଥିବା ଫିୟାଲ ଭାଓ୍ଵଦା ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଓ୍ଵଦା ଏମିତି ଏକ ଘଟଣା ଘଟାଇଛନ୍ତି, ଯାହା ଏବେ ସମାଲୋଚନାରେ ବିଷୟ ପାଲଟିଯାଇଛି। ଭାଓ୍ଵଦା ଏକ ଟେଲି କାର୍ଯ୍ୟକ୍ରମରେ ପାକିସ୍ତାନ ସେନାର ଜଣେ ଯବାନଙ୍କ ଜୋତା ନେଇ ପହଞ୍ଚିଥିଲେ। ଆଉ ଏହି ଜୋତାକୁ ଆଧାର କରି ସେ ବିରୋଧୀଙ୍କୁ ସିଧାସଳଖ ଆକ୍ଷେପ କରିଥିଲେ।

PAK में सेना का बूट लेकर स्टूडियो पहुंचे मंत्री, विपक्षी से कहा- चूमो इसे
aajtak

ପାକିସ୍ତାନ ସଂସଦରେ ସେନା ଆଇନ ପାସ୍‌ ହେବା ପରେ ବିରୋଧୀ ଦଳଙ୍କ ବିରୋଧକୁ ନେଇ ଭାଓ୍ଵଦା ଟେଲିଭିଜନ୍‌ର ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଓ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନାଓ୍ଵାଜ (ପିଏମଏଲ-ଏନ୍‌)ର ନେତାଙ୍କୁ ସେନା ଯବାନଙ୍କ ଜୋତା ଦେଖାଇଥିଲେ ଏବଂ ଏହାକୁ ଚୁମ୍ବନ ଦେବାକୁ କହିଥିଲେ। ଏହି ଘଟଣା ପରେ ବିରୋଧୀ ଦଳ ନେତା ସୋ’ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।

କେବଳ ଏତିକି ନୁହେଁ, ମନ୍ତ୍ରୀ ଭାଓ୍ଵଦା ଜୋତାକୁ ଟେବୁଲରେ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ସ୍ୱାସ୍ଥ୍ୟକୁ ନେଇ ଆକ୍ଷେପ  ବି କରିଥିଲେ। ଏଥିସହିତ ବିରୋଧୀ ଦଳର ନେତାମାନଙ୍କୁ ପଡ଼ିଆକୁ ଯାଇ ସେନାର  ଯବାନଙ୍କ ଜୋତାକୁ ଚୁମ୍ବନ ଦେବା ନିହାତି ଆବଶ୍ୟକ ବୋଲି କହିଥିଲେ।

PAK में सेना का बूट लेकर स्टूडियो पहुंचे मंत्री, विपक्षी से कहा- चूमो इसे
aajtak

ପାକିସ୍ତାନ ସଂସଦରେ ସେନା ଆଇନ ପାସ୍‌ ହେବା ପରେ ବିରୋଧୀ ଦଳଙ୍କ ବିରୋଧକୁ ନେଇ ଭାଓ୍ଵଦା କହିଛନ୍ତି, ଏବେ ସେ ଏହି ଜୋତାକୁ ନିଜ ପାଖରେ ରଖିବେ ଏବଂ ଯେଉଁ ଟେଲିଭିଜନ୍‌ କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯିବ ସେ ଏହି ଜୋତାକୁ ମଞ୍ଚକୁ ନେଇ ଯିବେ।

ସମ୍ବନ୍ଧିତ ଖବର