ନୂଆଦିଲ୍ଲୀ: ଇସ୍ରାଏଲ ସହ ଇରାକ୍ର ରହିଥିବା ଐତିହାସିକ ଶତ୍ରୁତା ପାଇଁ ଦୁଇ ଦେଶର ଚର୍ଚ୍ଚିତ ଚେହେରାମାନେ କିଭଳି କ୍ଷତିଗ୍ରସ୍ତ ହଉଛନ୍ତି ତା’ର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଇରାକ ସୁନ୍ଦରୀ ସାରା ଇଡାନ୍ଙ୍କ କ୍ଷେତ୍ରରେ। ଇସ୍ରାଏଲୀ ସୁନ୍ଦରୀ ଗାଣ୍ଡେଲ୍ସମାନ୍ଙ୍କ ସହ ଫଟୋ ଉଠାଇଥିବା ଇଡାନ୍ ମୃତ୍ୟୁ ଧମକ ପାଇଁ ସପରିବାର ନିଜ ଦେଶ ଛାଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଗତମାସରେ ଜାପାନ୍ରେ ବ୍ରହ୍ମାଣ୍ଡ ସୁନ୍ଦରୀ(ମିସ୍ ୟୁନିଭର୍ସ) ପ୍ରତିଯୋଗିତା ପାଇଁ ଯାଇଥିବା ସରହା ଇଡାନ୍ ସେରେ ଗାଣ୍ଡେଲ୍ସମାନ୍ଙ୍କ ସହ ଏକ ସେଲ୍ଫି ନେଇଥିଲେ। ତେବେ ଏହାର ଟାଇଟଲ ‘ପିସ୍ ଆଣ୍ଡ୍ ଲଭ୍ ଫ୍ରମ୍ ମିସ୍ ଇରାକ୍ ଆଣ୍ଡ୍ ମିସ୍ ଇସ୍ରାଏଲ୍’ ରଖି ସେ ସେଲ୍ଫିଟିକୁ ଇନଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିବା ପରେ ତାହା ଭାଇରାଲ୍ ହୋଇଥିଲା। ଏହାପରେ ଇଡାନ୍ଙ୍କୁ ଇନଷ୍ଟାଗ୍ରାମ୍ରୁ ଫଟୋ କାଢ଼ିନେବାକୁ କୁହାଯିବା ସହ ତାଙ୍କୁ ହତ୍ୟା ଧମକ ମିଳିଥିଲା। ଫଳରେ ସେ ଭୟରେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ମିସ୍ ଇସ୍ରାଏଲ ଗାଣ୍ଡେଲ୍ସମ୍ୟାନ୍ ଏକ ଇସ୍ରାଏଲୀ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର