୧୬୦ କର୍ମଚାରୀଙ୍କୁ ଛଟେଇ ପରେ ମୁଥୁଟ ଫାଇନାନ୍ସର ନିର୍ଦ୍ଦେଶକଙ୍କୁ ମରଣାନ୍ତକ ଆକ୍ରମଣ

କୋଚି: ମୁଥୁଟ ଫାଇନାନ୍ସ କମ୍ପାନୀର ନିର୍ଦ୍ଦେଶକ ଜର୍ଜ ଆଲେକଜାଣ୍ଡାର ମୁଥୁଟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି | କିଛି ଅଜ୍ଞାତ ଦୁର୍ବୃତ୍ତ ଜର୍ଜଙ୍କ ଗାଡି ଉପରକୁ ପଥରମାଡ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ଜର୍ଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି | ଏଠାରେ ସୂଚନା ଥାଉ କି ଗତ ମାସ ମୁଥୁଟ ଫାଇନାନ୍ସ ପୂରା ଦେଶରୁ ଏହାର ୧୬୦ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା | ଜର୍ଜଙ୍କ ଉପରେ ଆକ୍ରମଣ ଏହି ଛଟେଇ କାରଣରୁ ହୋଇଥିବାର ସନ୍ଦେହ କରାଯାଉଛି |

photo-sakhisamachar

ଆଜି ପୂର୍ବାହ୍ନରେ ଜର୍ଜଙ୍କ କାର ଉପରେ ହଠାତ କିଛି ଲୋକ ଆକ୍ରମଣ କରିଥିଲେ | କୁହାଯାଉଛି,  ମୁଥୁଟ ଫାଇନାନ୍ସର ୪୩ଟି ଶାଖାରୁ ୧୬୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା, ଯାହାକୁ ନେଇ ଅସନ୍ତୁଷ୍ଟ କର୍ମଚାରୀମାନେ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ | ଭାରତୀୟ ଟ୍ରେଡ଼ ୟୁନିୟନ(ସିଟୁ)ର ବ୍ୟାନର ଧରି କର୍ମଚାରୀମାନେ ଆନ୍ଦୋଳନ କରିଥିବାରୁ ସିଟୁ ନାମରେ ଅଭିଯୋଗ ଅଣାଯାଇଛି |

ଅନ୍ୟପଟେ ସିଟୁ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି | ମୁଥୁଟ ଫାଇନାନ୍ସର ଜଣେ କର୍ମଚାରୀ କହିଛନ୍ତି ଯେ ପଥର ମାଡ଼ ଯୋଗୁଁ ଜର୍ଜଙ୍କ କାରର କାଚ ଭାଙ୍ଗିଯାଇଥିଲା ଓ ତାଙ୍କୁ ଆଘାତ ଲାଗିଥିଲା | ଏହି ପଥର ଆକ୍ରମଣରେ ଅନ୍ୟ କିଛି ଗାଡି ବି କ୍ଷତିଗ୍ରସ୍ତ ହୋଇଛି |

ସମ୍ବନ୍ଧିତ ଖବର