ଆଜିଯାଏଁ ଅନ୍ତରୀକ୍ଷରେ ଦେଖାଯାଇନଥିଲା ଏଭଳି ବସ୍ତୁ, ଯାହାର ବେଗ ସେକେଣ୍ଡ ପିଛା ୧୬୫୪ କିଲୋମିଟର

ବୈଜ୍ଞାନିକ ବି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିଶ୍ୱର ବୈଜ୍ଞାନିକମାନେ ଏବେ ଅନ୍ତରୀକ୍ଷରେ ଏଭଳି ଏକ ବସ୍ତୁକୁ ଦେଖିଛନ୍ତି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏହି ବସ୍ତୁର ଘଣ୍ଟା ପ୍ରତି ବେଗ ହେଉଛି ୫୯.୫୪ ଲକ୍ଷ କିଲୋମିଟର | ଅର୍ଥାତ ସେକେଣ୍ଡ ପିଛା ଏହା ୧୬୫୪ କିଲୋମିଟର ବୋଲି ଜଣାପଡିଛି | ଆଜିଯାଏଁ ଏଭଳି ତୀବ୍ର ବେଗରେ ଗତି କରୁଥିବା ବସ୍ତୁ ଅନ୍ତରୀକ୍ଷରେ ଦେଖାଯାଇନଥିଲା | ଯାହାକୁ ନେଇ ସମସ୍ତ ଦେଶର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି |

ଅନ୍ତରୀକ୍ଷରେ ସାଧାରଣ ବେଗରେ ଉଡୁଥିବା ଵସ୍ତୁଙ୍କ ଠାରୁ ଏହା ଦଶ ଗୁଣ ଅଧିକ ବେଗରେ ଗତି କରୁଥିବାର ଜଣାପଡିଛି | ଏହି ବସ୍ତୁଟି ଆକାଶଗଙ୍ଗା ଛାୟାପଥରେ ଥିବାବେଳେ ଥିବାବେଳେ ପୃଥିବୀଠାରୁ ପ୍ରାୟ ୨୯ ହଜାର ଆଲୋକ ବର୍ଷ ଦୂରତାରେ ରହିଛି | ପୃଥିବୀ ନିକଟରୁ ଏହି ବସ୍ତୁର ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ବିଶ୍ୱର ବୈଜ୍ଞାନିକମାନେ ତାଜୁବ ହୋଇଯାଇଛନ୍ତି |

ବୈଜ୍ଞାନିକଙ୍କ କହିବା କଥା ସୂର୍ଯ୍ୟଠାରୁ ୪୦ ଲକ୍ଷ ଗୁଣ ବଡ କୃଷ୍ଣଗର୍ତ୍ତରୁ ଏହାର ସୃଷ୍ଟି ହୋଇଛି | ଅଧିକ ଅନୁସନ୍ଧାନ କରିବା ପରେ ଏହା ଏକ ତାରା ବୋଲି ଜଣାପଡିଛି | ଏହାର ନାମ ଏସ୫ଏଚଭିଏସ୧ ରଖାଯାଇଛି | ଏହା ଏକ ଯୁବ ତାରା ହୋଇଥିବାବେଳେ ଏହାର ତାପମାତ୍ରା ୭୨୦୪ ଡିଗ୍ରୀ ରହିଛି | ଯେତେବେଳେ କି ସୂର୍ଯ୍ୟର ତାପମାତ୍ରା ୫୫୦୪ ଡିଗ୍ରୀ ରହିଛି |

ସମ୍ବନ୍ଧିତ ଖବର