ମଣିଷ ପାଦ ରଖିବା ପୂର୍ବରୁ ମଙ୍ଗଳ ଗ୍ରହରେ ଭୂକମ୍ପ ସଂପର୍କରେ ସୂଚନା ସଂଗ୍ରହ କରିବ ‘ଇନ୍‌ସାଇଟ୍‌’: ମହାକାଶକୁ ପଠାଇଲା ନାସା

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ନିଜର ନବୀନତମ ମାର୍ସ ଲ୍ୟାଣ୍ଡର ସ୍ପେସ୍‌କ୍ରାଫ୍ଟ ‘ଇନ୍‌ସାଇଟ୍‌’ ମହାକାଶକୁ ପ୍ରେରଣ କରିଛି। ଏହାକୁ ମଙ୍ଗଳରେ ମାନବ ଅଭିଯାନ ପୂର୍ବରୁ ସେଠାରେ ଭୂକମ୍ପକୁ ମାପିବା ପାଇଁ ଡିଜାଇନ୍‌ କରାଯାଇଛି। ମହାକାଶ ଯାନକୁ ଆଟଲାସ୍‌ ଭି ରକେଟ ଜରିଆରେ କାଲିଫର୍ଣ୍ଣିଆସ୍ଥିତ ଭେନ୍‌ଣ୍ଡେନ୍‌ବର୍ଗ ବାୟୁସେନା କ୍ଷେତ୍ରରୁ ଅନ୍ତର୍ଜାତୀୟ ସମୟ ୪.୩୫ ମିନିଟ୍‌ରେ ଉତକ୍ଷେପଣ କରାଯାଇଛି। ଏହି ପରିଯୋଜନାର ମୂଲ୍ୟ ୯୯.୩କୋଟି ଡଲାର ରହିଛି।

ଇନ୍‌-ସାଇଟର ଲକ୍ଷ୍ୟ ମଙ୍ଗଳର ଆଭ୍ୟନ୍ତରୀଣ ପରିସ୍ଥିତି ସମ୍ପର୍କରେ ସୂଚନା ଦେବା। ଏଥିସହିତ ଲାଲ ଗ୍ରହକୁ ମନୁଷ୍ୟ ଯିବା ପୂର୍ବରୁ ସେଠାକାର ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା। ନଭେମ୍ବର ୨୬ରେ ଏହା ମଙ୍ଗଳରେ ଓହ୍ଲାଇବ। ‘ଇନ୍‌ସାଇଟ୍‌’ର ପୁରା ନାମ ଇଣ୍ଟିରିୟର ଏକ୍ସପ୍ଲୋରେସନ୍‌ ୟୁଜିଙ୍ଗ ସିସ୍ମିକ ଇନ୍‌ଭେଷ୍ଟିଗେସନ୍‌ ।

ନାସାର ମୁଖ୍ୟ ବୈଜ୍ଞାନିକ ଜିମ ଗ୍ରିନ୍‌ଙ୍କ କହିବାନୁସାରେ, ବିଶେଷଜ୍ଞ ପୂର୍ବରୁ ଜାଣିପାରିବେ କି ଅତୀତରେ ମଙ୍ଗଳରେ ଭୂକମ୍ପ, ଭୂସ୍ଖଳନ ହୋଇଛି କିମ୍ବା ଉଲକା ପିଣ୍ଡ ଏହା ସହିତ ଧକ୍କା ଖାଇଛି କି ନାହିଁ।

 

ସମ୍ବନ୍ଧିତ ଖବର