ନୂତନ କଣ୍ଟ୍ରୋଲର୍ଜେନେରାଲ୍ ଅଫ୍ ଏକାଉଣ୍ଟସ୍ ଭାବେ ନିଯୁକ୍ତି ପାଇଲେ ସୋମା ରାୟ
ନୂଆଦିଲ୍ଲୀ: ଦେଶର ନୂତନ କଣ୍ଟ୍ରୋଲର୍ ଜେନେରାଲ୍ଅଫ୍ ଏକାଉଣ୍ଟ୍ସ ଭାବେ ସୋମା ରାୟଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ନିଯୁକ୍ତି ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୮୬ ମସିହା ବ୍ୟାଚ୍ର ଇଣ୍ଡିଆନ୍ ସିଭିଲ୍ ଏକାଉଣ୍ଟ୍ସ ସର୍ଭିସ (ଆଇସିଏଏସ୍)ର ଅଧିକାରୀ ହେଉଛନ୍ତି ସୋମା ରାୟ। ସେ ଦେଶର ୨୪ତମ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଏକାଉଣ୍ଟ୍ସରେ ନିଯୁକ୍ତି ପାଇଥିବା ବେଳେ ଏପରି ଉଚ୍ଚ ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ଦେଶର ସପ୍ତମ ମହିଳା।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଦିଲ୍ଳୀ ବିଶ୍ବ ବିଦ୍ୟାଳୟରୁ ମାଥ୍ମେଟିକାଲ୍ ଷ୍ଟାଟିଟିକ୍ସରେ ଏମ୍ଫିଲ୍ କରିଛନ୍ତି। ସେ ତାଙ୍କର ୩୩ ବର୍ଷର କାର୍ଯ୍ୟରତ ଜୀବନ ଭିତରେ ଗୃହ ବ୍ୟପାର, ସୂଚନା ଓ ପ୍ରସାରଣ, ଅର୍ଥ, ମାନବ ସମ୍ବଳ ବିକାଶ ଓ ଜାହାଜ ଚଳଳାଚଳ, ସଡ଼କ ପରିବହନ ଓ ରାଜପଥ ଆଦି ମନ୍ତ୍ରାଳୟରେ କାର୍ଯ୍ୟ କରିଛନ୍ତି।
ସୋମା ରାୟ ସେଣ୍ଟ୍ରାଲ୍ ପେନ୍ସନ୍ ଆକାଉଣ୍ଟିଂ ଅଫିସ୍(ସିପିଏଓ)ରେ ମୁଖ୍ୟ କଣ୍ଟ୍ରୋଲର୍(ପେନ୍ସନ) ଭାବେ କାର୍ଯ୍ୟ କରି ସାରିଥିବା ବେଳେ ଇନ୍ଷ୍ଟିଚିଉଟ୍ଅଫ୍ ଗମେଣ୍ଟ୍ ଆକାଉଣ୍ଟସ୍ ଆଣ୍ଡ୍ ଫାଇନାନ୍ସ(ଆଇଏନ୍ଜିଏଫ୍)ରେ ନିର୍ଦ୍ଦେଶିକା ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ।