ସହରୀ ନକ୍ସଲଙ୍କ ପ୍ରତି କୌଣସି ଦୟାମାୟା ପ୍ରଦର୍ଶନ କରାଯିବ ନାହିଁ : ଅମିତ ଶାହା

ବେଆଇନ କାର୍ଯ୍ୟକଳାପ ନିରୋଧ (ସଂଶୋଧନ) ବିଲ ଲୋକସଭାରେ ପାଶ

ନୂଆଦିଲ୍ଲୀ : ବେଆଇନ କାର୍ଯ୍ୟକଳାପ ନିରୋଧ (ସଂଶୋଧନ) ବିଲ ଆଜି ଲୋକସଭାରେ ପାଶ ହୋଇଛି । ଏହି ବିଲକୁ ଲୋକସଭାରେ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦେଶରେ ଆତଙ୍କବାଦୀ, ମାଓବାଦୀ ଏପରିକି ସହରି ନକ୍ସଲଙ୍କ ପ୍ରତି କୌଣସି ଦୟାମାୟା ପ୍ରଦର୍ଶନ କରାଯିବ ନାହିଁ । ସେ କହିଛନ୍ତି ଯେ ପୂର୍ବରୁ ଦେଶର ଆତଙ୍କବାଦ ନିରୋଧୀ ଆଇନ ଅଧିକ ସକ୍ଷମ ହୋଇଥିଲେ ବାରମ୍ବାର ଆତଙ୍କବାଦୀ କାଣ୍ଡ ଘଟାଇଥିବା ୟାସିନ ଭଟକଲ ପରି ଆତଙ୍କବାଦୀ ଧରାପଡି ଜେଲରେ ଥାଆନ୍ତେ ।

ଏହା ଫଳରେ ଏନଆଇଏକୁ କେତେକ ସ୍ୱତନ୍ତ୍ର କ୍ଷମତା ମିଳିବ । ଏହା ଆଇନରେ ପରିଣତ ହେଲେ ଏନଆଇଏ କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ଆତଙ୍କବାଦୀ ଘୋଷଣା କରିପାରିବ ଓ ଉକ୍ତ ବ୍ୟକ୍ତି ବା ସଂସ୍ଥାର ସଂପତ୍ତି ଜବତ କରିପାରିବ । ଆତଙ୍କବାଦ ପରି କେତେକ ନିର୍ଦ୍ଦିଷ୍ଟ ତାଲିକାଭୁକ୍ତ ଅପରାଧ ପାଇଁ ଏନଆଇଏ ତଦନ୍ତ କରି ଦଣ୍ଡବିଧାନ କରିପାରିବ । ସେହିପରି କୌଣସି ରାଜ୍ୟ ପୁଲିସର ଅନୁମତି ବିନା ଏନଆଇଏ ଉକ୍ତ ରାଜ୍ୟରେ ପ୍ରବେଶ କରି ଆତଙ୍କବାଦ ସଂପର୍କିତ ମାମଲାର ତଦନ୍ତ କରିପାରିବ ।

ସମ୍ବନ୍ଧିତ ଖବର