ପ୍ରଫେସର ସତ୍ୟଭୂଷଣ ଦାଶ ପାଇବେ ଚଳିତ ବର୍ଷର ସମ୍ମାନଜନକ ମନୁଭାଇ ଏମ୍ ଶାହା ମେମୋରିଆଲ୍‌ ଆଓ୍ଵାର୍ଡ ଫର୍‌ ଏକ୍ସଲେନ୍ସ ଇନ୍‌ କମର୍ସ ଆଣ୍ଡ ବିଜନେସ୍‌ ମ୍ୟାନେଜମେଣ୍ଟ

ଭୁବନେଶ୍ବର:  ଜଣାଶୁଣା ବଜାର ଗବେଷକ ତଥା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ, ଲକ୍ଷ୍ମୌରେ ଅବସ୍ଥାପିତ ପ୍ରଫେସର ସତ୍ୟଭୂଷଣ ଦାଶଙ୍କୁ ଚଳିତ ବର୍ଷର ସମ୍ମାନଜନକ ମନୁଭାଇ ଏସ୍‌.ଶାହା ମେମୋରିଆଲ୍‌ ଆଓ୍ଵାର୍ଡ ଫର୍‌ ଏକ୍ସଲେନ୍ସ ଇନ୍‌ କମର୍ସ ଆଣ୍ଡ ବିଜନେସ୍‌ ମ୍ୟାନେଜମେଣ୍ଟ ପ୍ରଦାନ ଲାଗି ମନୋନୀତ କରାଯାଇଛି। ବାଣିଜ୍ୟ ଏବଂ ବ୍ୟାବସାୟିକ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଯେଉଁ ଗବେଷକମାନେ ମୌଳିକ ଗବେଷଣା ସହିତ ସୃଜନାତ୍ମକ ଚିନ୍ତାଧାରା ପ୍ରଦର୍ଶନ କରି ଥାଆନ୍ତି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ପ୍ରଫେସର ଦାଶ ଆଇଆଇଏମ୍‌ ଲକ୍ଷ୍ମୌର ସେଣ୍ଟର ଫର୍‌ ମାର୍କେଟିଂ ଆଣ୍ଡ ଏମର୍ଜିଂ ଇକନମିକ୍ସର ପ୍ରତିଷ୍ଠାତା-ଅଧ୍ୟକ୍ଷ। ଏମର୍ଜିଂ ଇକୋନମିକ୍ସ କ୍ଷେତ୍ରରେ ଏହି ସେଣ୍ଟର ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଛି।

ଏହି ସମ୍ମାନଜନକ ପୁରସ୍କାର ଲାଗି ମନୋନୀତ ହେବା ପରେ ପ୍ରଫେସର ଦାଶ କହିଛନ୍ତି, ଏହି ସ୍ୱୀକୃତି ଲାଭ କରି ମୁଁ ଖୁସୀ। ଏଥିସହ ମତେ ମୋର ଗବେଷଣା ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ମଧ୍ୟ ମିଳିଛି। ବଜାର ଗବେଷଣା କ୍ଷେତ୍ରରେ ମୁଁ ଯେଉଁ ପ୍ରକଳ୍ପରେ କାମ କରୁଛି ତାହା ମାଧ୍ୟମରେ ଏକ ଉନ୍ନୀତ ଭାରତ ନିର୍ମାଣ କରାଯାଇ ପାରିବ ବୋଲି ଆଶା କରୁଛି।

ପ୍ରଫେସର ଦାଶ ହେଉଛନ୍ତି  ନିମାପଡ଼ା କଲେଜର ପୂର୍ବତନ ପ୍ରିନ୍ସପାଲ ଡ.କୌଳାସ ଚନ୍ଦ୍ର ଦାଶ ଓ ଜ୍ୟୋତିର୍ମୟୀ ଦାଶଙ୍କ ପୁତ୍ର।

ସମ୍ବନ୍ଧିତ ଖବର