ଅନଲାଇନ୍‌ ମାଗାଜିନ୍‌ ଆରମ୍ଭ କଲା ଲସ୍କର

ଶ୍ରୀନଗର: ମୁମ୍ବାଇରେ ବଡ଼ ଧରଣର ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଏଲଇଟି (ଲସ୍କର ଏ ତୋଏବା ) ଏବେ ଏକ ଅନଲାଇନ୍‌ ମାଗାଜିନ୍‌ ଲଞ୍ଚ୍‌ କରିଛି। କଶ୍ମୀର ଉପତ୍ୟକାରେ ଏହି ସଂଗଠନ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରିବ ସେନେଇ ଏହି ମାଗାଜିନ୍‌ରେ ବିସ୍ତତ ଭାବେ ବର୍ଣ୍ଣନା କରିଛି। ୨୦୧୮ ମସିହାରେ କଶ୍ମୀରରେ ଭାରତୀୟ ସେନାବାହିନୀ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କ ପାଇଁ ଅଧିକ ଜଟିଳ ହେବ ବୋଲି ଉକ୍ତ ମାଗାଜିନ୍‌ରେ ଧମକ ଦିଆଯାଇଛି। ଏଲଇଟିର ଏହି କଶ୍ମୀର ସଂକ୍ରାନ୍ତ ଅନଲାଇନ୍‌ ମାଗାଜିନ୍‌ ‘େଓ୍ଵଥ୍‌’ରେ ଏହାର ମୁଖପାତ୍ର ଡକ୍ଟର ଅବଦୁଲ୍ଲା ଘଜନାଓ୍ଵିର ସାକ୍ଷାତକାର ରହିଛି।

ସମ୍ବନ୍ଧିତ ଖବର