ମଝି ଆକାଶରେ ଗଳିପଡ଼ିଲା ବିମାନ ଝରକା, ୩ ଆହତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନ ଆଜି ପଞ୍ଜାବର ଅମୃତସରରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରେ ବିମାନର ଝରକା ଗଳି ପଡ଼ିବା ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଝରକା ପଡ଼ିଯିବାରୁ ବିମାନରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ବିଭାଗ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକାଳୁ ଏୟାର ଇଣ୍ଡିଆର ବିମାନ ବୋଇଙ୍ଗ ୭୮୭ ଡ୍ରିମ୍‌ଲାଇନର ଅମୃତସରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ହଠାତ୍‌ ଗୋଟିଏ ଝରକା ଭିତରପଟୁ ଖସି ଯାଇଥିଲା। ଏହି ଘଟଣା ପରେ ହଠାତ୍‌ ବିମାନ ଜୋର୍‌ରେ ହଲିବା ସହ ବିମାନରେ ଥିବା ଅକ୍ସିଜେନ ମାକ୍ସଗୁଡ଼ିକ ଉପରୁ ଖସିବା ଦ୍ୱାରା ଆତଙ୍କ ଖେଳିଯାଇଥିଲା।

ସମ୍ବନ୍ଧିତ ଖବର