ସୀତାରାମ ୟେଚୁରୀ ପୁନଃ ନିର୍ବାଚିତ

ହାଇଦ୍ରାବାଦ: ସିପିଏମ୍‌ ସାଧାରଣ ସଂପାଦକ ଭାବେ ପୁଣିଥରେ ସୀତାରାମ ୟେଚୁରୀ ନିର୍ବାଚିତ ହୋଇଛନ୍ତି। ୟେଚୁରୀ ଓ ପୂର୍ବ ସାଧାରଣ ସଂପାଦକ ପ୍ରକାଶ କରାତଙ୍କ ମଧ୍ୟରେ ମତଭେଦ ଯୋଗୁଁ ଦଳରେ ଫାଟ ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ରୀୟ କମିଟିକୁ ନବ ନିର୍ବାଚିତ ହୋଇଥିବା ୯୫ଜଣ ସଦସ୍ୟଙ୍କ ସମର୍ଥନକ୍ରମେ ୟେଚୁରୀ ପୁଣିଥରେ ଦଳର ସାଧାରଣ ସଂପାଦକ ପଦ ଅକ୍ତିଆର କରିଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି କୌଣସି ମତେ ତ୍ରିପୁରାରୁ ବିଜେପିକୁ ହଟାଇବା ପାଇଁ ୟେଚୁରୀ ପ୍ରୟାସ କରୁଥିବା ବେଳେ କଂଗ୍ରେସ ସହ ମେଣ୍ଟକୁ କରାତ ବିରୋଧ କରିଆସୁଛନ୍ତି।

ସମ୍ବନ୍ଧିତ ଖବର