ସଂସଦ ବାହାରେ ବିରୋଧୀଙ୍କ ଧାରଣା

ନୂଆଦିଲ୍ଲୀ : ଭିନ୍ନ ଭିନ୍ନ ଦାବି ନେଇ ଆଜି ବିରୋଧୀ ଦଳ ସାଂସଦମାନେ ସଂସଦ ବାହାରେ ଧାରଣା ଦେଇଥିଲେ। ପିଏନ୍‌ବି ଦୁର୍ନୀତି ମାମଲାରେ ନିରବ ମୋଦିଙ୍କୁ ବିଜେପି ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳୀୟ ସାଂସଦମାନେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ତେଲୁଗୁ ଦେଶମ ପାର୍ଟି ଏବଂ ମରାଠୀକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦାବି କରି ଶିବସେନା ସାଂସଦମାନେ ପୃଥକ ଧାରଣା ଦେଇଥିଲେ। ଏନ୍‌୍‌ଡିଏ ସରକାରଙ୍କ ସହାୟତାରେ ହିଁ ପିଏନ୍‌ବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ୧୧ ହଜାର ୪ ଶହ କୋଟି ଟଙ୍କା ନେଇ ଫେରାର ହୋଇଯାଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ। ଉଚ୍ଚସ୍ତରରେ ସୁରକ୍ଷା ମିଳିନଥିଲେ ନିରବ ମୋଦି ଫେରାର ହେବାରେ ସକ୍ଷମ ହୋଇପାରି ନଥାନ୍ତେ ବୋଲି ରାହୁଲ କହିଛନ୍ତି । ତେବେ ରାହୁଲଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିବା ସହ ୟୁପିଏ-୧ ଏବଂ ୟୁପିଏ-୨ ସରକାର ଅମଳରେ ହୋଇଥିବା ବଡ଼ ଧରଣର ଆର୍ଥିକ ଅନିୟମିତତା ଓ ଦୁର୍ନୀତି ହିଁ ଏବେ ସାମ୍ନାକୁ ଆସିଛି ବୋଲି କହିଛି ।

ସମ୍ବନ୍ଧିତ ଖବର