ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶାନ୍ତି ଆଲୋଚନା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେବା ପେର ଇମ୍ରାନ୍ ଅନେକ ମୁହଁଫୁଟାଣି ମାରିଥିଲେ। ଭାରତକୁ ପ୍ରବଳ ସମାଲୋଚନା କରିଥିଲେ। ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛୋଟ ଲୋକ କହି କଟୁ ଭାଷାରେ ଗାଳି କରିଥିଲେ। ପାକିସ୍ତାନ ଶାନ୍ତିର ମାର୍ଗ ବାଛିବ ବୋଲି େସ କହିଥିଲେ। କିନ୍ତୁ ଇମ୍ରାନଙ୍କ ଏହି ଶାନ୍ତି ଆଲୋଚନା ପ୍ରସ୍ତାବ କେବଳ ପ୍ରହସନ ଛଡ଼ା କିଛି ନୁହେଁ ବୋଲି ତାହାର ପ୍ରମାଣ ମିଳିଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା କଥା କେବଳ ଭାରତ କାହିଁକି ସାରା ବିଶ୍ବ ଜାଣିଛି। କିନ୍ତୁ ନିକଟରେ ପାକିସ୍ତାନ ନିଜେ ତାହା ପ୍ରମାଣ କରିଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ମଞ୍ଚରେ ମନ୍ତ୍ରୀଙ୍କ ସହ ବସିଲା
ଶାନ୍ତି ଆଲୋଚନା ପ୍ରସ୍ତାବ ପ୍ରହସନ
ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତଥା ଲସ୍କର-ଏ-ତୋଏବାର ମୁଖ୍ୟ ହାଫିଜ୍ ସୟିଦକୁ ପାକିସ୍ତାନରେ ହିରୋ ଭାବେ ବିବେଚନା କରାଯାଉଛି। ବିଭିନ୍ନ ସଭାସମିତିରେ ତାକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଢେର ସମ୍ମାନ ଦିଆଯାଉଛି। ଏମିତି କି ଇମ୍ରାନ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ନୁର ଉଲ୍ ହକ୍ କାଦ୍ରୀଙ୍କୁ ହାଫିଜ୍ ସହିତ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତ ଏକ ଫଟୋ ଏବେ ଗଣମାଧ୍ୟମରେ ପ୍ରକାଶ ପାଇଛି। ନୂଆ ଇମ୍ରାନ୍ ସରକାରରେ ନୁର୍ ଉଲ୍ ହକ୍ କାଦ୍ରୀ ଏବେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଅଛନ୍ତି। ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ହାଫିଜ୍ ସହିତ ବସିଥିଲେ। ପରେ ଉଭୟ ପରସ୍ପର ସହିତ କଥା ମଧ୍ୟ ହୋଇଥିଲେ। ଏହି ଫଟୋ ପ୍ରକାଶ ପାଇବା ପରେ ପାକିସ୍ତାନର ଅସଲ ଚେହେରା ପଦାରେ ପଡ଼ିଯାଇଛି। କିଛିଦିନ ତଳେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପାକିସ୍ତାନ ବିରୋଧରେ ଯେଉଁସବୁ କଥା କହିଥିଲେ, ତାହା ଯେ ଅକ୍ଷରେ ଅକ୍ଷରେ ସତ ତାହା ସ୍ପଷ୍ଟ ହୋଇଯାଇଛି। ତା’ଛଡ଼ା ଇମ୍ରାନ୍ ପ୍ରଧାନମନ୍ତ୍ରୀ ହେବା ପରେ ଶାନ୍ତି ସ୍ଥାପନ ପାଇଁ େଯଉଁ ବାହାସ୍ଫୋଟ ମାରୁଛନ୍ତି, ତାହା ମଧ୍ୟ ନିରର୍ଥକ ବୋଲି ପ୍ରମାଣିତ ହୋଇଯାଇଛି। ସୁଷମାଙ୍କ ଦାବିର ଯେ କେତେ ଯଥାର୍ଥତା ରହିଛି, ତାହା ଏହି ସଦ୍ୟ ଫଟୋ ପ୍ରମାଣ କରିଦେଇଛି।
ଉଲ୍ଲେଖଯୋଗ୍ୟ, ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଗତ ଶନିବାର ପାକିସ୍ତାନ ବିରୋଧରେ ଅନେକ ଟିପ୍ପଣୀ ଦେଇଥିଲେ। ଏମିତି କି ପାକିସ୍ତାନର ଶାନ୍ତି କଥାବାର୍ତ୍ତା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବାର କାରଣ ସଂପର୍କରେ ମଧ୍ୟ ବିଶ୍ବବାସୀଙ୍କୁ ଅବଗତ କରାଇଥିଲେ। ସୁଷମା କହିଥିଲେ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସୟିଦ ଏବେ ପାକିସ୍ତାନରେ ଖୋଲାଖୋଲି ଜନସମାବେଶ ଆୟୋଜନ କରୁଛି ଏବଂ ଭାରତକୁ ଧମକ ଦେଇ ଚାଲିଛି। ପାକିସ୍ତାନ ହାଫିଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିିବର୍ତ୍ତେ ତାକୁ ସମସ୍ତ ସୁରକ୍ଷା ଯୋଗାଇ ଚାଲିଛି। ସେ କହିଥିଲେ, ସମଗ୍ର ବିଶ୍ବକୁ ଭାରତ ଗୋଟିଏ ପରିବାର ଦୃଷ୍ଟିରେ ଦେଖୁଛି ଏବଂ ସର୍ବତ୍ର ଶାନ୍ତି ଚାହୁଛି। ପାକିସ୍ତାନର ନୂଆ ସରକାର ଗୋଟିଏ ପଟେ କଥାବାର୍ତ୍ତା ପାଇଁ ନିମନ୍ତ୍ରଣ କରୁଥିବା ବେଳେ ଅନ୍ୟପଟେ କଶ୍ମୀରରେ ସଂହାରଲୀଳା ଜାରି ରଖିଛି ବୋଲି ସୁଷମା କହିଥିଲେ।