ଆଇଏସ୍‌ଆଇ ଗଢ଼ିଲା ଆତଙ୍କୀ ଗୋଷ୍ଠୀ ‘ହଲାଲ ଦସ୍ତା’, ଟାର୍ଗେଟରେ ଭାରତ

ଭାରତୀୟ ସେନା ଉପରେ ଆକ୍ରମଣ କରିବା ମୂଳ ଲକ୍ଷ୍ୟ

ନୂଆଦିଲ୍ଲୀ: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସ ଇଣ୍ଟଲିଜେନ୍ସ  (ଆଇଏସ୍‌ଆଇ) ଏକ ନୂଆ ଆତଙ୍କବାଦୀ ସଙ୍ଗଠନ ‘ହଲାଲ ଦସ୍ତା’ ଗଢ଼ିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଙ୍ଗଠନ ‘ଲସ୍କର-ଏ-ତଏବା’ରେ ସାମିଲ ହୋଇ ନ ଥିବା ଆତଙ୍କବାଦୀମାନଙ୍କୁ ନେଇ ‘ହଲାଲ ଦସ୍ତା’ ଗଠନ ହୋଇଛି। ସୂଚନା ଅନୁସାରେ ପାକିସ୍ତାନ ସେନା ଦ୍ୱାରା ବୋର୍ଡର ଆକ୍ସନ ଟିମ୍‌ (ବ୍ୟାଟ୍‌) ଦ୍ୱାରା ହଲାଲ ଦସ୍ତା ପରିଚାଳନା ହେବ।

ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଉପରେ ଆକ୍ରମଣ କରିବା, ଜମ୍ମୁ କଶ୍ମୀରର ପୁଞ୍ଚ ଓ ସୁରାନକୋଟ ଅଞ୍ଚଳରେ ବ୍ୟାପକ କ୍ଷତି କରିବା ନୂଆ ଆତଙ୍କବାଦୀ ସଙ୍ଗଠର ଲକ୍ଷ୍ୟ ହେବ।

ଆଇଏସ୍‌ଆଇ ସଂଗଠନ ଦ୍ୱାରା ନିକଟରେ ହିଜବୁଲ ମୁଜାହିଦିନ ଓ ଲସ୍କର-ଏ-ତଏବାର ସଦସ୍ୟଙ୍କୁ ନେଇ ଏକ ବୈଠକ ହୋଇଛି। ବୈଠକରେ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜୈସ-ଏ-ମୋହମ୍ମଦର ମୁଖ୍ୟ ସୟଦ ସୁଲାହୁଦିନ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଗତ ସପ୍ତାହରେ ୭ରୁ ୮ଜଣ ବ୍ୟାଟ ସଦସ୍ୟ ଜମ୍ମୁ କଶ୍ମୀରର କୁପଓ୍ଵାରା ଜିଲ୍ଳାରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ, ଭାତରୀୟ ସେନା ପକ୍ଷରୁ  ଗୁଳି କରାଯାଇଥିଲା। ପାକିସ୍ତାନ ଏବେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର