ପ୍ୟାନକାର୍ଡ ସହ ଆଧାର ଲିଙ୍କ ସମୟସୀମା ଆଉ ୬ ମାସ ବଢିଲା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖକୁ ଆଉ ୬ ମାସ ବଢେଇ ଦେଇଛନ୍ତି । ଅର୍ଥାତ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନକାର୍ଡ ସହ ଆଧାର ଲିଙ୍କ୍ କରିହେବ । ଏହି ସମୟସୀମା ଆଜି ଶେଷ ହେଉଥିଲା । ଗତ ବର୍ଷ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାନ ପ୍ୟାନ ଲିଙ୍କ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ବଢାଇଦେଇଛନ୍ତି । କିନ୍ତୁ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧ରୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଧାର ବାଧ୍ୟତାମୂଳକ ହୋଇଯିବ । ଏହି ସମୟସୀମା ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୬ ଥର ବଢିଲାଣି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା କରିବାର ଶେଷ ତାରିଖକୁ ଜୁନ ୩୦କୁ ବଢାଇଦେଇଥିଲେ । ପରେ ଏହାକୁ ମାର୍ଚ୍ଚ ୩୧, ୨୦୧୯କୁ ବଢାଯାଇଥିଲା ।