ଘର ବାହାରେ ସିଂହକୁ ବୁଲୁଥିବାର ଦେଖି ବନବିଭାଗକୁ ସୂଚନା ଦେଲେ ଭୟଭୀତ ଲୋକେ, ପରେ ସାମ୍ନାକୁ ଆସିଲା ପଶୁର ଅସଲ ପରିଚୟ

ନୂଆଦିଲ୍ଲୀ: ସ୍ପେନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହଠାତ୍ ସ୍ପେନର ମୋଲିନା ଡେ ସେଗୁରା ସହରରେ ସିଂହ ଆସିଯିବାରୁ ସେଠ‌ାରେ ରହୁଥିବା ଲୋକେ ଡ଼ରିଯାଇଥିଲେ। ତୁରନ୍ତ ସିଂହକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକେ ବନବିଭାଗକୁ ଫୋନ କରିବା ସହ ପୁଲିସକୁ ଫୋନ କରି ଜଣାଇଥିଲେ। ଖବର ପାଇ ବନ ବିଭାଗର ଏକ ଟିମ୍ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେମାନେ ପହଞ୍ଚିବା ପରେ ଅସଲ କଥାଟି ସାମ୍ନାକୁ ଆସିଥିଲା। ଘର ବାହାରେ ବୁଲୁଥିବା ପଶୁଟି ଯାହାକୁ ଲୋକେ ସିଂହ ବୋଲି ଭାବିନେଇଥିଲେ, ସେ ପ୍ରକୃତରେ ଏକ କୁକୁର ବୋଲି ଜଣା ପଡ଼ିଥିଲା।

dailymail.co.uk

ପ୍ରକୃତ ସତ ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ମୁତାବକ, ଘଟଣାସ୍ଥଳରେ ପହଞ୍ଚି ପୁଲିସ ପ୍ରଥମେ ସିଂହକୁ କାବୁ କରିବା ସହ ତା’ ଦେହରେ ଲାଗିଥିବା ମାଇକ୍ରୋଚିପକୁ ସ୍କାନ କରିଥିଲେ। ଯାହା ପରେ ପଶୁଟି ପାଳିତ କୁକୁର ବୋଲି ସ୍ପଷ୍ଟ ହୋଇଥିଲା। ତେବେ କୁକୁରକୁ ପାଳୁଥିବା ମାଲିକ ତା’ ଶରୀରରେ ଥିବା କେଶକୁ ଏଭଳି ଭାବରେ କାଟିଥିଲେ କି, ସେ ସିଂହ ଭଳି ଦେଖାଯାଉଥିଲା। ସୋସିଆଲ ମିଡିଆରେ କୁକୁରର ଫଟୋ ଭାଇରାଲ ହେଉଥିବା ବେଳେ କିଛି ଲୋକ ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର