ଏହି ଗଛର ରସ ଦେଇଥାଏ ମୃତ୍ୟୁ ପରର ଅନୁଭବ,ବୈଜ୍ଞାନିକ କଲେ ପ୍ରମାଣ

ନୂଆଦିଲ୍ଲୀ : ପ୍ରାଚୀନ କାଳରୁ ଦେଖିବାକୁ ମିଳୁଥିବା ଏକ ଗଛକୁ ନେଇ ଅଜବ ତଥ୍ୟ ଦେଇଛନ୍ତି ବୈଜ୍ଞାନିକ । ବାଣିଷ୍ଟେରିଓପ୍‌ସିସ୍‌ କାପି ନାମକ ଗଛର ରସକୁ ପିଇବା ପରେ ମୃତ୍ୟୁ ପରେ ହେଉଥିବା ଅନୁଭବକୁ ଜଣେ ଜାଣି ପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଗଛରୁ ବାହାରୁଥିବା ରସକୁ ଆୟାହୁୟାସ୍କା ବୋଲି କୁହାଯାଏ । ଏହି ରସ ପିଇବା ପରେ ଶରୀରରୁ ଆତ୍ମା ବାହାରକୁ ବାହାରିବାର ଅନୁଭବ ହୋଇଥାଏ । ଏଭଳି ଅନୁଭବ କିଛି ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ ବୋଲି ବୈଜ୍ଞାନିକମାନେ ଗବେଷଣା କରି ସ୍ପଷ୍ଟ କରିଛନ୍ତି । ଏହାକୁ ପ୍ରମାଣ କରିବା ପାଇଁ ବୈଜ୍ଞାନିକମାନେ ୧୩ଜଣ ଲୋକଙ୍କୁ ନେଇ ଗବେଷଣା କରିଥିଲେ । ଏହି ଗବେଷଣାଟି ଇମ୍ପେରିଆଲ କଲେଜ ଅଫ୍‌ ଲଣ୍ଡନରେ କରାଯାଇଥିଲା ।

bhaskar.com

ପରୀକ୍ଷାମୂଳକ ଭାବେ ୧୩ ଜଣଙ୍କୁ ଏହି ଗଛର ରସ ପିଇବାକୁ ଦିଆ ଯାଇଥିଲା । ଯାହା ପରେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିଥିଲେ ବୈଜ୍ଞାନିକ । ଏହି ରସ ଶରୀରକୁ ଯିବା ପରେ ସାଇକୋଆକ୍ଟିଭ୍‌ ଡ଼୍ରଗ୍ସ ଭଳି କାମ କରିବା ସହ ଲୋକମାନେ ନିଜ ସାମ୍ନାରେ ନିଜର ଆତ୍ମାକୁ ଦେଖି ପାରନ୍ତି । ଠିକ୍‌ ସେଭଳି କିଛି ଦେଖିବାକୁ ମିଳିଥିଲା ୧୩ଜଣଙ୍କ କ୍ଷେତ୍ରରେ । ରସ ପିଇବା ପରେ ସେମାନେ ନିଜ ଆତ୍ମାକୁ ଶରୀରରୁ ବାହାରକୁ ଯିବା ଭଳି ଅନୁଭବ କରିଥିଲେ । ତାଙ୍କ ଆତ୍ମା ତାଙ୍କୁ ଛାଡ଼ି ଉପରକୁ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ରସର ପ୍ରଭାବ ଛାଡ଼ିବା ପରେ ଜଣାଇଥିଲେ । ଏହି ଗବେଷଣାର ମୁଖ୍ୟ କୈରହେଟ୍‌ ହରିସ୍‌ଙ୍କ କହିବା ଅନୁଯାୟୀ, ଏହି ଗବେଷଣାରୁ ଆମେ ମୃତ୍ୟୁ ସମୟରେ ଏବଂ ପରେ ଲୋକମାନେ କିପରି ଅନୁଭବ କରନ୍ତି ତାହା ଆମେ ଜାଣି ପାରିଛୁ।

ସମ୍ବନ୍ଧିତ ଖବର