ଜାନକୀ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା; ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍‌ ଚଳାଚଳ ଆରମ୍ଭ

କାଠମାଣ୍ଡୁ: ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇ ବିଂଶ ଶତାବ୍ଦୀରେ ନିର୍ମିତ ଜନକପୁର ଅନ୍ତର୍ଗତ ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟ ମଧ୍ୟରେ ସେ ପାରସ୍ପରିକ ବିଶ୍ୱାସ ସୃଷ୍ଟି ସଂକ୍ରାନ୍ତରେ ଶୀର୍ଷସ୍ତରୀୟ ନେତୃବର୍ଗଙ୍କ ସହ ଆଲୋଚନା କରିବେ।

ମନ୍ଦିର ଦର୍ଶନ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍‌ ଚଳାଚଳର ଶୁଭାରମ୍ଭ କରିଥିଲେ। ସେ କହିଲେ: ମାତା ଜାନକୀଙ୍କ ଜନ୍ମସ୍ଥାନକୁ ଆସିବା ପାଇଁ ସମର୍ଥ ହୋଇଥିବାରୁ ମୁଁ ସମ୍ମାନିତ। ଉଭୟ ଦେଶ ମଧ୍ୟରେ ରାମାୟଣ ସର୍କିଟ୍‌ ସୃଷ୍ଟି କରିବା ପାଇଁ ଭାରତ ଓ ନେପାଳ କାମ କରିବେ। ଏହା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରାଇବ।

ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ମୋଦିଙ୍କ ସହ ଥିଲେ। ଧାର୍ମିକ ପର୍ଯ୍ୟଟନ ପ୍ରସାର ପାଇଁ ଭାରତୀୟ ପର୍ଯ୍ୟଟନ ମନ୍ତ୍ରାଳୟ ରାମାୟଣ ସର୍କିଟ୍‌ ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ତୃତୀୟ ନେପାଳ ଗସ୍ତ।

ସମ୍ବନ୍ଧିତ ଖବର