କେଉଁ ବ୍ୟାଙ୍କକୁ କେତେ ଟଙ୍କାର ଚୂନ ଲଗାଇଛି ନିରବ ମୋଦି ?

ନୂଆଦିଲ୍ଲୀ: ନିରବ ମୋଦି ଠକେଇ ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ଆଉ କିଛି ବ୍ୟାଙ୍କମାନଙ୍କର ମୋଟ ୧୧,୪୦୦ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଥିବାବେଳେ ପ୍ରକୃତ କ୍ଷତି ପରିମାଣ ଏହାଠାରୁ ଅଧିକ ହେବ ବୋଲି ଆୟକର ବିଭାଗ ଅଟକଳ କରୁଛି ।

ପଂଜାବ ନ୍ୟାସନାଲ ବ୍ୟାଙ୍କର ବେଆଇନ ଲେଟର ଅପ କ୍ରେଡିଟ୍‌ ଦେଖାଇ ନିରବ ମୋଦିଙ୍କ କମ୍ପାନି ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୧,୪୦୦ କୋଟି ଟଙ୍କାର ଋଣ ଉଠାଇଛି । ଏହା ମଧ୍ୟରୁ ଆହ୍ଲାବାଦ ବ୍ୟାଙ୍କରୁ ୪୦୦୦ କୋଟି, ଆକ୍ସିସ ବ୍ୟାଙ୍କରୁ ୩୦୦୦ କୋଟି, ୟୁନିୟନ ବ୍ୟାଙ୍କରୁ ୧,୯୧୫ କୋଟି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୧,୩୬୦ କୋଟି ଟଙ୍କାର ଋଣ ନେଇଛି । ଆହ୍ଲାବାଦ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର ହଂକଂ ଶାଖାରୁ ଏହି ଋଣ ଉଠାଯାଇଛି ।

ଅନ୍ୟପକ୍ଷରେ ଏହି ସ୍କାମ ଖବର ପ୍ରଘଟ ହେବା ପରେ ବ୍ୟାଙ୍କଗୁଡିକର ସେୟାର ମୂଲ୍ୟ ଖସି ଚାଲିଛି । ଫଳରେ ଏହି ଦିଗରୁ ମଧ୍ୟ ବ୍ୟାଙ୍କଗୁଡ଼ିକ କ୍ଷତି ସହିଚାଲିଛନ୍ତି । ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବ୍ୟାଙ୍କ ଗୁଡ଼ିକ ଆଗକୁ ଆହୁରି ଅନେକ କ୍ଷତି ସହିବାର ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର