ବିଶ୍ୱାସରେ ବିଷ : କ୍ଷୀର ପିଆଇ ପାଳିଥିବା ମାଲିକକୁ ଚୋଟ ମାରିଲା ବିଷାକ୍ତ ସାପ

ନୂଆଦିଲ୍ଲୀ : ଅନେକ ସମୟରେ ଲୋକେ ନିଜ ଅଜାଣତରେ ଏମିତି କାମ କରି ଦେଇଥାନ୍ତି, ଯାହାର ପରିଣାମ ତାଙ୍କୁ ପରେ ଭୋଗିବାକୁ ପଡ଼େ । ଉତ୍ତରପ୍ରଦେଶର ସୀତାପୁରରେ କିଛି ସେଭଳି ଘଟଣା ଘଟିଛି । ସୀତାପୁରରେ ରହୁଥିବା ଜଣେ ୩୩ବର୍ଷୀୟ ଯୁବକ ସାପ ପାଳିବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କର ଏଭଳି ନିଷ୍ପତ୍ତି ତାଙ୍କ ଜୀବନ ନେଇଯିବ ବୋଲି ସେ ଚିନ୍ତା କରି ନଥିଲେ ।

सांप पालने का काम करता था शख्स
oneindia.com

ସୂଚନା ମୁତାବକ, ରାଧେଶ୍ୟାମଙ୍କ ପୁଅ ଛୋଟେଲାଲ ସାପ ପାଳିବାର ସଉକ ରଖିଥିଲେ । ଗତ ଏକା ମାସ ପୂର୍ବରୁ ସେ ଏକ କଳା ବିଷାକ୍ତ ସାପକୁ ଆଣି ଘରେ ପାଳିଥିଲେ । କ୍ଷୀର ପିଆଇ ସବୁଦିନ ଆଣିଥିବା ସାପର ଯତ୍ନ ନେଉଥିଲେ ଛୋଟେଲାଲ । କିନ୍ତୁ ସେହି ସାପ ଦିନେ ତାଙ୍କ ମୃତ୍ୟୁର କାରଣ ବନିବ ବୋଲି ସେ ଜାଣି ନଥିଲେ । ଅଗଷ୍ଟ ୧୫ ତାରିଖରେ ଛୋଟେଲାଲ ସକାଳ ୬ଟା ସମୟରେ ସାପକୁ ଖାଇବାକୁ ଦେଉଥିବା ବେଳେ ସାପଟି ତାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା । କାମୁଡ଼ିବାର ତୁରନ୍ତ ପରେ ଛୋଟେଲାଲ ଅଚେତ ହେବାରୁ ପରିବାର ଲୋକେ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛୋଟେଲାଲଙ୍କ ମୃତ୍ୟୁ ପରେ ପରିବାର ଲୋକେ ସାପକୁ ଜଣେ ବାବାଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର