ନୂଆ ମୋଡ଼ରେ ପୋଲାଭରମ୍ ଜନଶୁଣାଣି ପ୍ରସଙ୍ଗ : ସମ୍ମତି ଜଣାଇଥିଲା କେନ୍ଦ୍ର, ଓହରିଗଲା

ସ୍ବତନ୍ତ୍ର ସଂସ୍ଥା ଜରିଆରେ ଜନଶୁଣାଣି ପାଇଁ କହିଥିଲେ, ତଳିଆ କର୍ମଚାରୀଙ୍କୁ ଦୋଷ ଠେଲି କ୍ଷମା ମାଗିଲେ, ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇପାରେ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ପୋଲାଭରମ୍ ମାମଲା ଆଜି ପୁଣି ନୂଆମୋଡ଼ ନେଇଛି। ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣିେବଳେ ଓଡ଼ିଶା ଓ ଛତିଶଗଡ଼ରେ ସ୍ବତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି କରିବା ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇଥିଲେ। ଆଜି କିନ୍ତୁ କେନ୍ଦ୍ର ସରକାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହରିଯାଇଛନ୍ତି। କହିଛନ୍ତି, ସ୍ବତନ୍ତ୍ର ସଂସ୍ଥା ନିେୟାଜିତ କରି ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ଲାଗି ଭୁଲବଶତଃ କୁହାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟର ଜଣେ କନିଷ୍ଠ ଅଧିକାରୀ ବରିଷ୍ଠ ଅଧିକାରୀଙ୍କ ଅଗୋଚରରେ େକନ୍ଦ୍ର ସରକାରଙ୍କ ଓକିଲ ଏସ୍ ଵାଶିନ୍ ଏ କାଦ୍ରିଙ୍କୁ ଏ େନଇ ଯେଉଁ ସୂଚନା ଦେଇଥିଲେ, ତାହା ତ୍ରୁଟିପୂର୍ଣ୍ଣ ଥିଲା। ଏଥିପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଫଳରେ ସୋମବାର ଦିନ ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଯେଉଁ ଶୁଣାଣି କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସ୍ବତନ୍ତ୍ର ସଂସ୍ଥା ଦ୍ବାରା ପ୍ରସ୍ତାବିତ ଜନଶୁଣାଣିର ସର୍ତାବଳୀ ଓ ମାନଦଣ୍ଡ କଣ ରହିବ, ସେ ନେଇ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି ବେଳେ ନିେର୍ଦଶ ଦେଇଥିଲେ। କିନ୍ତୁ ଆଜି େକନ୍ଦ୍ର ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ପାଞ୍ଚ ପୃଷ୍ଠାର ସତ୍ୟପାଠରେ ଓଡ଼ିଶା ଓ ଛତିଶଗଡରେ ଜନଶୁଣାଣି ପାଇଁ େଯଉଁସବୁ ପଦକ୍ଷେପ ନିଆଯାଇଥିଲା

ସେ ନେଇ କୋର୍ଟଙ୍କୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ପୋଲାଭରମ ପ୍ରକଳ୍ପ େଯାଗୁଁ ପ୍ରଭାବିତ ଦୁଇ ରାଜ୍ୟ ଓଡ଼ିଶା-ଛତିଶଗଡରେ ଜନଶୁଣାଣି ପାଇଁ ଉଭୟଙ୍କୁ ପତ୍ର ଲେଖାଯାଇଥିଲା। ୨୦୧୩ େଫବ୍ରୁଆରି ୨୮, ୨୦୧୪ ଅକ୍ଟୋବର ୭, ୨୦୧୬ ଜୁନ୍ ୨୨, ୨୦୧୭ ଅଗଷ୍ଟ ୧୦ ତାରିଖରେ େପାଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ଲାଗି ଜନଶୁଣାଣି ପାଇଁ ପତ୍ର ଲେଖାଯାଇଥିଲା। କିନ୍ତୁ ଉଭୟ ରାଜ୍ୟ ଏଥିପାଇଁ ଆଗ୍ରହ େଦଖାଇନଥିଲେ।

୨୦୧୬ ଜୁଲାଇ ୧୯ ତାରିଖ ଓ ୨୦୧୭ ସେପ୍ଟେମ୍ବର ୧୫ ତାରିଖରେ ମନ୍ତ୍ରାଳୟକୁ ପତ୍ର େଲଖି ଓଡ଼ିଶା ସରକାର ଏ େନଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଣାଇଥିେଲ ଯେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଅନ୍ତରୀଣ ଆଦେଶ ଉଲ୍ଲଂଘନ କରିଥିବା ପରିେପ୍ରକ୍ଷୀରେ ଜନଶୁଣାଣି ଗ୍ରହଣୀୟ ନୁେହଁ। କେବଳ ସେତିକି ନୁେହଁ, ୨୦୧୭ ଅକ୍ଟୋବର ୧୧ ଓ ୨୦୧୮ ଏପ୍ରିଲ ୧୨ ତାରିଖରେ େକନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟକୁ ପତ୍ର େଲଖି ଜଣାଇଥିଲେ ଯେ ମାମଲାଟି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଜନଶୁଣାଣି ସମ୍ଭବ ନୁହେଁ। ଯଦି ସୁପ୍ରିମକୋର୍ଟ ଅନୁମତି ଦିଅନ୍ତି, ତେବେ ଜନଶୁଣାଣି କରାଯିବ େବାଲି ଓଡ଼ିଶା ସରକାର ଜଣାଇଥିଲେ। େସହିପରି ଛତିଶଗଡ ସଂପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

ସତ୍ୟପାଠରେ େକନ୍ଦ୍ର ସରକାର ଜନଶୁଣାଣି େକ୍ଷତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ଆେଲାକପାତ କରିଛନ୍ତି। ରାଜ୍ୟ ପ୍ରଦୂଷଣ େବାର୍ଡ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ବିଚାର ବିମର୍ଶ କରି ଜନଶୁଣାଣି ପ୍ରକ୍ରିୟା େଶଷ କରିବେ। ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହିଁ ଏହି ଜନଶୁଣାଣି କରାଯିବ ଓ ରାଜ୍ୟ ପ୍ରଦୂଷଣ େବାର୍ଡ ଏଥିରେ ସହାୟତା କରିେବ। ତେବେ ଯେ ପର୍ଯ୍ୟନ୍ତ ଦୁଇ ରାଜ୍ୟ ସରକାର ଅନିଚ୍ଛୁକ ଥିବେ, େସ ଯାଏ ଜନଶୁଣାଣି ସମ୍ଭବପର ହେବ ନାହିଁ େବାଲି େକନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି।

ସମ୍ବନ୍ଧିତ ଖବର