୮୫ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିଆନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ ।

ମୋଟ ୮୫ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । ଏହି ୮୫ ଜଣଙ୍କ ମଧ୍ୟରୁ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଏହି ୮୫ ଜଣଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ଭବାନୀ ଚରଣ ପଟ୍ଟନାୟକ-ଜନସେବା, ଚନ୍ଦ୍ରଶେଖର ରଥ-ସାହିତ ଓ ଶିକ୍ଷା, ଶିଶିର ମିଶ୍ର – ସିନେମା, ଗୋବର୍ଦ୍ଧନ ପାଣିକା – କଳା ଓ ହସ୍ତତନ୍ତ ଓ ପ୍ରଭାକର ମହାରଣା – ସ୍ଥାପତ୍ୟ।

ସଂଗୀତ ନିର୍ଦ୍ଦେଶକ ଇଲେୟା ରାଜାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବାବେଳେ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବୈଜ୍ଞାନିକ ଅରବିନ୍ଦ ଗୁପ୍ତା, ଚିକିତ୍ସକ ଲକ୍ଷ୍ମୀ କୁଟ୍ଟୀ, ଗଣ୍ଡ କଳାକାର ଭାଜୁ ଶ୍ୟାମ, ୯୮ ବର୍ଷୀୟ ସମାଜସେବୀ ସୁଧାଂଶୁ ବିଶ୍ୱାସ ଓ ଭାରତରେ ପାଲିଆଟିଭ କେୟାରର ଜନକ ଏମଆର ରାଜଗୋପାଳ । ଏହା ଛଡ଼ା ଭାରତର ପ୍ରଥମ ପାରାଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀକାନ୍ତ ପେଟକର, ପ୍ଲାଷ୍ଟିକ ସଡ଼କ ନିର୍ମାଣକାରୀ ରାଜଗୋପାଲନ ବାସୁଦେବନ, ଗରିବଙ୍କ ପାଇଁ ହସପିଟାଲ ନିର୍ମାଣ କରିଥିବା ସୁଭାଷିନୀ ମିସ୍ତ୍ରୀ, ତାମିଲ ଲୋକକଳାକାର ବିଜୟ ଲକ୍ଷ୍ମୀ, ଧାଈ ସେବିକା ସୁଲଗଟ୍ଟି ନରସମା, ତିବ୍ଦତୀୟ ଚିକିତ୍ସକ ୟେସି ଧୋଣ୍ଡେନ ପ୍ରମୁଖ

ସମ୍ବନ୍ଧିତ ଖବର