ରାଷ୍ଟ୍ରପତି ଭାବେ ପ୍ରଥମ ରାଜକ୍ଷମା ଅାବେଦନକୁ ନା କଲେ ରାମନାଥ କୋବିନ୍ଦ

1 1,536

ନୂଆଦିଲ୍ଲୀ: ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତି ରାଜକ୍ଷମା ପାଇଁ ଆବେଦନ କରି ପାରିବେ। ନିୟମ ଅନୁଯାୟୀ, ଯଦି କେଣସି ବ୍ୟକ୍ତିଙ୍କୁ ହାଇକୋର୍ଟ ମୃତ୍ୟୁଦଣ୍ଡ ଦେଇଥାଏ ଓ ସେ ବ୍ୟକ୍ତି ସର୍ବୋଚ୍ଚ ଅଦାଲତରେ ଏହି ରାୟ ବିରୋଧରେ ଆବେଦନ କରିୁ ଆଶ୍ୱସ୍ତି ପାଆନ୍ତି , ତେବେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହି ପାରିବେ। ମାତ୍ର ସୁପ୍ରିମ୍ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତି ଯଦି ରାଜକ୍ଷମା ଜରିଆରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ମୃତ୍ୟୁଦଣ୍ଡରୁ କୋହଳ ପାଆନ୍ତି, ତେବେ ସେ ନିର୍ଦ୍ଦୋଷ ବୋଲି ନିଜକୁ କହି ପାରିବେ ନାହିଁ, ବରଂ ସେ ଦୋଷୀ, ମାତ୍ର ରାଷ୍ଟ୍ରପତି ତାଙ୍କୁ କ୍ଷମା ଦେଇଛନ୍ତି। ତେବେ ଭାରତର ଏହି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ଅତୀତରେ ବହୁ ରାଷ୍ଟ୍ରପତି ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ରାଜକ୍ଷମା ଦେଇ ସେମାନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି । ଏପରିକି ବହୁକ୍ଷେତ୍ରରେ ଏହି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଆସାମୀଙ୍କୁ ଭାରତର ସାମ୍ବିିଧାନିକ ବ୍ୟବସ୍ଥା ଅନୁଯାୟୀ ଜେଲ ଭିତରେ ଫାସିଖୁଣ୍ଟରେ ଝୁଲାଇ ଦିଆଯାଇଛି। ମାତ୍ର ରାମନାଥ କୋବିନ୍ଦ ଭାରତର ନୂତନ ରାଷ୍ଟ୍ରପତି ହେବା ପରେ ତାଙ୍କ ପାଖକୁ ଆସିଛି ପ୍ରଥମ ରାଜକ୍ଷମା ଆବେଦନ। ରାଜକ୍ଷମା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘୃଣିତ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିଚାର ନିମନ୍ତେ ଆସିଥିବା ଏହି ପ୍ରଥମ ଆବେଦନକୁ ଖାରଜ କରି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୬ ମସିହା ଜାନୁଆରି ମାସ ୧ ତାରିଖ ରାତି। ବିହାରର ବୈଶାଳୀ ଜିଲ୍ଲା ରାମଚନ୍ଦ୍ର ଶ୍ୟାମପୁର ଗାଁର ଆସାମୀ ଜଗତ ରାମ ଓ ପଡୋଶୀ ବିଜେନ୍ଦ୍ର ମହତୋଙ୍କ ମଧ୍ୟରେ ଏକ ମଇଁଷି ଚୋରି ନେଇ ବିବାଦ ଲାଗିଥିଲା। ଏଥିରେ ଜଗତ ରାମ ନିଜ ସମର୍ଥକଙ୍କ ସହିତ ପଡୋଶୀ ବିଜେନ୍ଦ୍ର ମହତୋ ଘରେ ପଶି ବିଜେନ୍ଦ୍ରକୁ କାବୁ କରି ନେବା ପରେ ପରିବାର ସମସ୍ତଙ୍କୁ ଘର ଭିତରେ ପୁରାଇ କିରୋସୀନି ଢ଼ାଳି ଘରେ ନିଆଁଁ ଲଗାଇ ଦେଇଥିଲେ। ଏଥିରେ ବିଜେନ୍ଦ୍ରଙ୍କ ପତ୍ନୀ ସହିତ ୫ ଜଣ ସନ୍ତାନସନ୍ତତିଙ୍କର ଘଟରାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ କୌଣସି ମତେ ଉଦ୍ଧାର ପାଇଥିବା ବିଜେନ୍ଦ୍ର ମହତୋ ଗୁରୁତର ଭାବେ ଆହତ ହୋଇଥିଲେ।ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେ ଡାକ୍ତରଖାନାରେ ଦେଇଥିିବା ମୃତ୍ୟୁକାଳୀନ ଜମାନବନ୍ଦୀରେ ଜଗତରାମଙ୍କ ଏହି ବୀଭତ୍ସ କାଣ୍ଡ ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଥିଲେ। ପୁଲିସ ଜଗତ ରାମଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ତଳ କୋର୍ଟ ଜଗତରାମଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏ ନେଇ ଜଗତରାମ ସର୍ବୋଚ୍ଚ ଅଦାଲତରେ ମଧ୍ୟ ଆବେଦନ କରିଥିଲେ। ମାମଲାକୁ ବିରଳରୁ ବିରଳତମ ବୋଲିଉଲ୍ଲେଖ କରି ସୁପ୍ରିମ କୋର୍ଟ ୨୦୧୩ ମସିହାରେ ଜଗତରାମଙ୍କ ମୃତ୍ୟୁଦଣ୍ଡ ରାୟକୁ କାଏମ ରଖିଥିଲେ।

ପରେ ଏ ନେଇ ରାଷ୍ଟ୍ରପତିଙ୍କ ରାଜକ୍ଷମା ପାଇଁ ଜଗତରାମ ଆବେଦନ କରିଥିଲେ। ମାତ୍ର ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣମ ମୁଖାଜୀଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଥିବା ବେଳେ ନୂତନ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇ ଯାଇଥିଲା। ତେଣୁ ଏହି ରାଜକ୍ଷମାର ବିଚାର ପାଇଁ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନୂତନ ରାଷ୍ଟ୍ରପତିଙ୍କ ପାଇଁ ଛାଡ଼ି ଦେଇଥିଲେ। ପରେ ଗତ ମେ ମାସ ୩୦ ତାରିଖ ଦିନ ଏହି ମାମଲାରୁ ବିଚାର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଧଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ଆଉ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଘଟଣା ବୁଝିବା ପରେ ଏପରି ଅପରାଧୀଙ୍କୁ ରାଜକ୍ଷମା ଦେବା ସପକ୍ଷରେ ମତ ନ ଦେଇ ଏହି ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି। ଅର୍ଥାତ ସୁପ୍ରିମ କୋର୍ଟ ଜଗତ ରାମଙ୍କୁ ଦେଇଥିବା ମୃତ୍ୟୁଦଣ୍ଡ ରାୟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାଏମ ରଖିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Shreenu kumar tripathy says

    ରାଷ୍ଟ୍ରପତି ଠିକ ଡିସିଜନ ନେଲେ