କେଉଁ ୨୭ଟି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାହୁଲଙ୍କୁ ମିଳିଲା ୭୭ଟି ଆସନ !

ଅହମ୍ମଦାବାଦ୍‌: କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦିଓ କଂଗ୍ରେସ ପରାଜୟ ବରଣ କରିଛି, ତଥାପି ପ୍ରଦର୍ଶନ ସନ୍ତୋଷଜନକ । ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୧ଟି ଆସନ ପାଇଥିବା ବେଳେ ଚଳିତ ବିଧାନସଭାରେ ଦଳ ୩୩ଟି ଆସନ ଲାଭ କରିଛି । ମୋଟାମୋଟି ଶାସକ ଭାରତୀୟ ଜନତା ପାର୍ଟିକୁ କଡା ଟକ୍କର ଦେବାରେ ସଫଳ ହୋଇଛି । ରାହୁଲ ଗାନ୍ଧିଙ୍କ ମାରାଥନ୍‌ ପ୍ରଚାରର ଏହା ଏକ ପ୍ରଭାବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଗୁଜୁରାଟ ବିଧାନସଭା ଲାଗି ନିର୍ବାଚନ ସମୟରେ ରାହୁଲ ଗାନ୍ଧି ଏକ ନୂଆ ପରମ୍ପରା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ସେ ବିଭିନ୍ନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା । ରାହୁଲଙ୍କ ନିର୍ବାଚନ ପ୍ରଚାର ଦ୍ୱାରକାର ପ୍ରସିଦ୍ଧ ଦ୍ୱାରକାଧୀଶ ମନ୍ଦିର ଦର୍ଶନରୁ ଆରମ୍ଭ ହୋଇଥିଲା ।

Zee News

ରାହୁଲ ତାଙ୍କର ପ୍ରଚାର ମଧ୍ୟରେ ୨୭ଟି ମନ୍ଦିର ଗସ୍ତ କରିଥିଲେ ଓ ପରିଶେଷରେ ୭୭ଟି ଆସନ ଲାଭ କଲେ । ଏହା ଏକ ସଂଯୋଗ ବୋଲି ଆଲୋଚନା ହେଉଛି । କେବଳ ସୋମନାଥ ମନ୍ଦିର ଗସ୍ତ ସମୟରେ ରାହୁଲଙ୍କ ଧର୍ମକୁ ନେଇ ବିବାଦ ଦେଖା ଦେଇଥିଲା , କାରଣ ସେ ମନ୍ଦିରର ପରିଦର୍ଶନ ପୁସ୍ତିକାରେ ଅଣହିନ୍ଦୁଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନରେ ସ୍ୱାକ୍ଷର କରିଥିଲେ ।

ରାହୁଲ ଯେଉଁ ପ୍ରମୁଖ ହିନ୍ଦୁ ମନ୍ଦିରକୁ ପରିଦର୍ଶନରେ ଯାଇ ପୂଜାର୍ଚ୍ଚନା କରିଥିଲେ,ସେଥିମଧ୍ୟରେ ରହିଛି ଅମ୍ବାଜୀ ମନ୍ଦିର, ବହୁଚରାଜି ମାତା ମନ୍ଦିର, ଚାମୁଣ୍ଡା ମାତା ମନ୍ଦିର, ସ୍ୱାମୀ ନାରାୟଣ ମନ୍ଦିର, ଅକ୍ଷରଧାମ ମନ୍ଦିର, ବୀରମୟା ମନ୍ଦିର, ସୋମନାଥ ମନ୍ଦିର, ଉମିୟାମାତା ମନ୍ଦିର, ଶ୍ୟାମଲାଜି ମନ୍ଦିର, ରାଞ୍ଚୋଦ୍ରାୟୀ ମନ୍ଦିର, ଉନାଇ ମାତା ମନ୍ଦିର, ଭତିଜି ମହାରାଜ ମନ୍ଦିର , ଫାଗଭେଲ ମନ୍ଦିର, ଖୋଦିଆର୍‌ ମାତା ମନ୍ଦିର, ସଦାରାମ୍‌ ବାପା ମନ୍ଦିର, ଦେବ୍‌ ମୋଗ୍ରା ମାତା ମନ୍ଦିର ଏବଂ ବଲିନାଥ ମନ୍ଦିର ।

ସମ୍ବନ୍ଧିତ ଖବର