ଗୋପାଳନ କଏଦୀମାନଙ୍କ ଅପରାଧିକ ମନୋଭାବ ହ୍ରାସ କରେ: ମୋହନ ଭାଗବତ

ପୁଣେ: ଶନିବାର ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଅଭିଜ୍ଞତାରୁ ଜଣାପଡ଼ିଛି ଯେ କଏଦୀମାନଙ୍କୁ ଗୋ-ସେବା କାମ ଦିଆଗଲେ ସେମାନଙ୍କର ଅପରାଧିକ ମନୋଭାବ ହ୍ରାସ ପାଇଥାଏ।

‘ଗୋ-ବିଜ୍ଞାନ ସଂଶୋଧନ ସଂସ୍ଥାନ’ରେ ଏକ ପୁରସ୍କାର ବିତରଣ ଉତ୍ସବରେ ଭାଷଣ ଦେବା ସମୟରେ ସେ ଏ କଥା କହିଛନ୍ତି। ଗାଈମାନଙ୍କର ମହତ୍ତ୍ୱ ସଂକ୍ରାନ୍ତରେ ବିଶ୍ୱବାସୀଙ୍କୁ ପ୍ରମାଣ ଦେବା ନିମନ୍ତେ ଏହି ଅନୁଧ୍ୟାନ ଏବଂ ଆବିଷ୍କାରକୁ ଲିପିବଦ୍ଧ କରାଯିବା ଉଚିତ ବୋଲି ସେ କହିଛନ୍ତି।

Image Source: Hindustan Times

ସେ ଆହୁରି କହିଲେ: ଗାଈ ଜଗତ୍‌ର ମାତା… ସେ ମାଟିକୁ ଉର୍ବର କରେ, ସେ ଜୀବଜନ୍ତୁ, ପଶୁ ଏବଂ ମାନବଙ୍କୁ ପାଳନ କରେ ଓ ରୋଗବାଧିକାରୁ ରକ୍ଷା କରିବା ସହ ମନୁଷ୍ୟ ହୃଦୟକୁ ଫୁଲ ପରି କୋମଳ କରେ।

ଜେଲ୍‌ଗୁଡ଼ିକରେ ଗୁହାଳ କରାଯାଇ କଏଦୀମାନଙ୍କୁ ଗୋ-ପାଳନ ଦାୟିତ୍ୱ ଦେଇ ଜେଲ୍‌ କର୍ତ୍ତୃପକ୍ଷ ଦେଖିଛନ୍ତି ଯେ ଏହି ଏକଦୀମାନଙ୍କର ଅପରାଧିକ ମନୋବୃତ୍ତି ହ୍ରାସ ପାଉଛି। ତେତେକ ଜେଲ୍‌ କର୍ତ୍ତୃପକ୍ଷ ମତେ କହିଥିବା ସେମାନଙ୍କ ଅଙ୍ଗେନିଭା କଥାରୁ ମୁଁ କହୁଛି।

ସମ୍ବନ୍ଧିତ ଖବର