କେବଳ କ୍ଷମତା (ପାୱାର୍ ) ନୁହେଁ, ବରଂ ପାୱାର୍ ବି ବିଷ : ସଂଜୟ ନିରୂପମ

ମୁମ୍ବାଇ: ମହାରାଷ୍ଟ୍ରରେ ହଠାତ୍ ବିଜେପିର ସରକାର ଗଠିତ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୂପମ । ସେ କହିଛନ୍ତି, ‘ ଏକଥା ଶୁଣି ମୁଁ ଦୁଃଖିତ। କେବଳ କ୍ଷମତା (ପାୱାର୍ ) ନୁହେଁ,ବରଂ ପାୱାର ବି ବିଷ।’

ସୂଚନାଯୋଗ୍ୟ,ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଏବଂ ଏନସିପି ସହ ମିଶି ସରକାର ଗଠନର ଉଦ୍ୟମରେ ଲାଗିପଡିଥିବା ବେଳେ ସଂଜୟ ନିରୂପମ ଏହାକୁ ବିରୋଧ କରିଛନ୍ତି । ଆଗରୁ ସଂଜୟ ନିରୂପମ କହିଥିଲେ ଯେ ବର୍ଷେ ପୂର୍ବରୁ କଂଗ୍ରେସ ଉତ୍ତର ପ୍ରଦେଶରେ ବିଏସପି ସହ ମେଣ୍ଟ କରି ଯେଉଁ ବଡ଼ ଭୁଲ୍ କରିଥିଲା,ପୁଣି ଥରେ ସେଭଳି ଭୁଲ ମହାରାଷ୍ଟ୍ରରେ ନ କରୁ।

Image Source–navbharattimes

କଂଗ୍ରେସ ସେତେବେଳେ ବିଏସପି ସହ ମେଣ୍ଟ କରି ଏଭଳି ଅବସ୍ଥାକୁ ଆସିଲା ଯେ, ବର୍ତ୍ତମାନ ବି ସେଠାରେ ନିଜର ସ୍ଥିତି ଜାହିର କରିପାରୁନି । ମହାରାଷ୍ଟ୍ରରେ ମଧ୍ୟ ଦଳ ସେହି ଭୁଲ୍ କରିବାକୁ ଯାଉଛି । ଶିବସେନାରେ ତୃତୀୟ ନମ୍ବରର ଦଳ ବନିବା କଂଗ୍ରେସ ପାଇଁ ମାଟିରେ ପୋତି ହେବା ଭଳି । କଂଗ୍ରେସ ଅଧ୍ୟକ୍ଷା କୌଣସି ଚାପରେ ନ ଆସି ଏଭଳି ନିଷ୍ପତ୍ତି ନ ନେବାକୁ କହିଥିଲେ ସଂଜୟ ନିରୂପମ ।

ସମ୍ବନ୍ଧିତ ଖବର