ଶିବପାଲ ଗଠନ କଲେ ସମାଜବାଦୀ ସେକ୍ୟୁଲାର ମୋର୍ଚ୍ଚା ‘ମୁଲାୟମ ବି ଯୋଗ ଦେବେ’

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିରେ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ରହିଥିବା ବରିଷ୍ଠ ନେତା ଶିବପାଲ ଯାଦବ ଆଜି ସମାଜବାଦୀ ସେକ୍ୟୁଲାର ମୋର୍ଚ୍ଚା ଗଠନ କରିଛନ୍ତି। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସହ ଗତକାଲି ବିସ୍ତୃତ ଆଲୋଚନା ପରେ ଆଜି ଏହି ମୋର୍ଚ୍ଚା ଘୋଷଣା କରାଯାଇଛି। ଖୁବ୍‌୍‌ଶୀଘ୍ର ମୁଲାୟମ ମଧ୍ୟ ଏହି ମୋର୍ଚ୍ଚାରେ ଯୋଗଦେବେ ବୋଲି ଶିବପାଲ ଦାବି କରିଛନ୍ତି। ଅନ୍ୟପକ୍ଷରେ ସମାଜବାଦୀ ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ କାକା ଶିବପାଲଙ୍କୁ ସମାଲୋଚନା କରି ଏଭଳି ମୋର୍ଚ୍ଚା ଗଠନ ଅନାବଶ୍ୟକ ପ୍ରୟାସ ବୋଲି କହିଛନ୍ତି। ଶିବପାଲ କହିଛନ୍ତି ଯେ ସମାଜବାଦୀ ପାର୍ଟି ଦୀର୍ଘ ବର୍ଷର ସଂଘର୍ଷରୁ ଜନ୍ମ ନେଇଥିଲା ଏବଂ ଏବେ ଏହା ଦିଗହରା ହୋଇଯାଇଛି। ତାଙ୍କ ଭଳି ନେତାମାନଙ୍କୁ ଦଳରେ କେହି ପଚାରୁନାହାନ୍ତି। ତେଣୁ ଦଳର ଏକ ବଡ଼ ବର୍ଗଙ୍କୁ ନେଇ ସେ ଏଭଳି ମୋର୍ଚ୍ଚାକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର