ପୂର୍ବ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟରେ ସୁଧାର

କୋଲକାତା : ପୂର୍ବ ଲୋକସଭା ବାଚସ୍ପତି ତଥା ବରିଷ୍ଠ ରାଜନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟରେ ଏବେ ଧୀରେ ଧୀରେ ସୁଧାର ହେଉଛି। ସେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ପରିବାର ଲୋକଙ୍କ ବିରୋଧ ଯୋଗୁଁ ହସ୍ପିଟାଲ କର୍ତ୍ତୃପକ୍ଷ ଚାଟାର୍ଜୀ କିଭଳି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ପ୍ରଘଟ କରାଯାଉନାହିଁ। ୮୯ ବର୍ଷୀୟ ପୂର୍ବ ସାଂସଦ ଚାଟାର୍ଜୀ ପ୍ରାୟ ସପ୍ତାହକ ତଳେ ଆଇସିୟୁୂରେ ଭର୍ତ୍ତି ହୋଇଥିଲେ। ତାଙ୍କ ମସ୍ତିଷ୍କରେ ଏକ ସର୍ଜରୀ କରାଯାଇଥିବା ଜଣାପଡ଼ିଛି । ସିପିଏମ୍‌୍‌ର ପୂର୍ବ ନେତା ଚାଟାର୍ଜୀ ୧୦ଥର ଲୋକସଭା ସାଂସଦ ରହିଥିଲେ। ୟୁପିଏ-୧ ସରକାର ସମୟରେ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ଥିଲେ।

ସମ୍ବନ୍ଧିତ ଖବର