ଅଯୋଧ୍ୟା ମାମଲାରେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଠାରୁ ସୁନ୍ନି ୱାକଫ ବୋର୍ଡ ନିଜକୁ ଦୂରେଇ ନେଲା; କହିଲା ସୁପ୍ରିମ୍‌ କୋର୍ଟଙ୍କ ରାୟରେ ଆମେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ଜମି ବିବାଦ ଉପରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପ୍ରଦାନ କରିଥିବା ରାୟରେ ନିଜର ଅସନ୍ତୋଷ ଜାହିର କରି ଏହି ରାୟର ପୁନଃ ସମୀକ୍ଷା ପାଇଁ ଆଉ ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଘୋଷଣା କରିଛି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ। ତେବେ, ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡର ଏ ନିଷ୍ପତ୍ତି ସହ ଏକମତ ନଥିବା ଆଜି ଘୋଷଣା କରିଛି ସୁନ୍ନି ୱାକଫ ବୋର୍ଡ।

ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଆଜି କୁହାଯାଇଛି ଯେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ଜମି ବିବାଦ ଉପରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପ୍ରଦାନ କରିଥିବା ରାୟରେ ଆମେ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ। ତେଣୁ, ଏହି ରାୟର ପୁନଃ ସମୀକ୍ଷା ପାଇଁ ଆଉ ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଯେଉଁ ଘୋଷଣା କରିଛି ତାହା ତାହାର ନିଜସ୍ବ ନିଷ୍ପତ୍ତି। ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡର ଏ ନିଷ୍ପତ୍ତିରେ ଆମେ ତା’ ସହ ନାହୁଁ ବୋଲି ସୁନ୍ନି ୱାକଫ ବୋର୍ଡର ଅଧ୍ୟକ୍ଷ ଆଜି ଗଣମାଧ୍ୟମକୁ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟଙ୍କ ରାୟରେ ଆମେ ସନ୍ତୁଷ୍ଟ ଥିବାବେଳେ ଏହି ରାୟର ପୁନଃ ସମୀକ୍ଷା ପାଇଁ ଆଉ ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ କହିଁକି ଘୋଷଣା କରିଛି ତାହା ଆମେ ବୁଝିପାରୁ ନାହୁଁ।

ସମ୍ବନ୍ଧିତ ଖବର