ବିରୋଧୀ ଦଳଙ୍କ ସାନି ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ ହେବାପରେ ନିର୍ବାଚନ କମିସନଙ୍କ ପାଖକୁ ଯିବୁ : ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୧ ବିରୋଧୀ ଦଳ ଇଭିଏମ୍ ଓ ଭିଭିପ୍ୟାଟ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯେଉଁ ସାନି ଆବେଦନ କରିଥିଲେ ତାହା ଖାରଜ ହେବାପରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ସେମାନେ ନିର୍ବାଚନ କମିସନଙ୍କ ପାଖକୁ ଯାଇ ଭୋଟ ଗଣତି ନିୟମ ବଦଳାଇବାକୁ ଦାବି କରିବେ।

ଏଠାରେ ସୂଚନାଯୋଗ୍ୟ ଯେ ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ପକ୍ଷ ରଖିଥିଲେ। ୫୦ ପ୍ରତିଶତ ଭୋଟ ନ ମିଳିନ ପାରିଲେ ବି ଅତିକମରେ ୨୫ ପ୍ରତିଶତ ଇଭିଏମ ଏବଂ ଭିଭିପ୍ୟାଟର ଭୋଟ ଉଦ୍ଦେଶ୍ୟହୀନ ଭାବରେ ମିଳାଇବା ପାଇଁ ଦାବି କରିଥିଲେ।

ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ଦୁଇ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନା ଏହାର ଶୁଣାଣି କରି କହିଥିଲେ ଯେ ପୂର୍ବରୁ ଏପ୍ରିଲ ୮ରେ ଏହି ପ୍ରସଙ୍ଗରେ ଖଣ୍ଡପୀଠ ଯେଉଁ ଶୁଣାଣି କରିଥିଲେ ତାହାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ତେଣୁ ବିରୋଧୀଙ୍କ ଆବେଦନ ଖାରଜ ହୋଇଛି।

ସମ୍ବନ୍ଧିତ ଖବର