ହାତୀଙ୍କୁ ଚିଡ଼ାଇଲେ ୭ ବର୍ଷ ଜେଲ୍‌

କୋଇମ୍ବାଟୁର୍‌: ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକ ଗୋଟାଏ ମାଈହାତୀକୁ ଚିଡ଼ାଉ ଥିବାର ଦୃଶ୍ୟ ସାମାଜିକ ଗଣମଧ୍ୟମରେ ଭାଇରାଲ୍‌ ହେବା ପରେ ହାତୀମାନଙ୍କ ପ୍ରତି ଏ ଭଳି ଆଚରଣ ନ କରିବାକୁ ବନ ବିଭାଗ ଚେତାଇ ଦେଇଛି।

ତାଡ଼ାଗାମ ଇଟାଭାଟିରେ କାମ କରୁଥିବା ସେ ଲୋକଟିକୁ ଦଳେ ଅଧିକାରୀ ଅଟକ ରଖିଛନ୍ତି।

କୋଏମ୍ବାଟୁର୍‌ ସର୍କଲ୍‌ର ବନ ସଂରକ୍ଷକ ଏସ୍‌ ରାମସୁବ୍ରମଣିଆନ୍‌ କହନ୍ତି: ମଙ୍ଗଳବାର ଦିନ ତାଡ଼ାଗାମର ବିଭିନ୍ନ ଇଟାଭାଟି ଅଞ୍ଚଳକୁ ବନ ବିଭାଗ ଅଧିକାରୀମାନେ ଯାଇ ହାତୀକୁ ଚିଡ଼ାଇ ଥିବା ସେ ଶ୍ରମିକଟିକୁ ଚିହ୍ନଟ କରିଥିଲେ।

ପଶ୍ଚିମଘାଟର ପାର୍ବତ୍ୟାଞ୍ଚଳରେ ଇଟା ପୋଡ଼ିବା ନିମନ୍ତେ ତାଳଗଛ ଗଣ୍ଡି ବ୍ୟବହାର କରାଯାଏ। ତାହାକୁ ଖାଇବା ପାଇଁ ହାତୀମାନେ ବଣରୁ ବାହାରି ଆସୁଛନ୍ତି।

Image Courtesy of Daily Mail

କୋଏମ୍ବାଟୁର୍‌ ଫରେଷ୍ଟ୍‍ ରେଞ୍ଜ୍‌ ଅଧିକାରୀ ଏସ୍‌ ସୁରେଶ କହନ୍ତି: ଇଟାଭାଟି ଭିତରେ କେତେବେଳେ ଭିଡିଓଟି ଉଠା ଯାଇଛି ଆମେ ତାହା ଜାଣିନାହୁଁ। କିନ୍ତୁ ଶ୍ରମିକ ଜଣକ ମାଈହାତୀଟିକୁ ଚିଡ଼ାଇ ତାକୁ ରଗାଇ ଦେଇଥିଲା। ହାତୀଟି ତାଙ୍କୁ ଆକ୍ରମଣ କରି ପାରି ଥାଆନ୍ତା।

ହାତୀକୁ ଚିଡ଼ାଉ ଥିବା ବ୍ୟକ୍ତି ଧରା ପଡ଼ିଲେ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ପ୍ରୋଟେକ୍‌ସନ୍‌ ଆକ୍ଟ୍‌ ବଳରେ ତାଙ୍କୁ ଗିରଫ କରାଯାଇ ପାରିବ। ଏହି ଆକ୍ଟ୍‌ରେ ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ହୋଇ ପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର