ଦିଲ୍ଲୀସ୍ଥିତ ସେନା ଓ ର’ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ଏସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମଧ୍ୟରେ ରହିଛି ସେନା କାର୍ଯ୍ୟାଳୟ, ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଏଣ୍ଡ ଆନାଲିସିସ ଓ୍ଵିଙ୍ଗ (ର’) କାର୍ଯ୍ୟାଳୟ, ସେନା ଓ ପୁଲିସ ଅଧିକାରୀ ରହୁଥିବା ଅଞ୍ଚଳ ଆଦି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ, ଜମାଏତ-ଉଲ-ଦାଓ୍ଵା ଓ ଲସ୍କର ପକ୍ଷରୁ ଏସବୁ ଷଡଯନ୍ତ୍ର କରାଯାଇଥିଲା ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି । ଏହି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଭାରତ ସରକାର ଗତ ଅଗଷ୍ଟମାସରେ ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ଭାରତ ଉପରେ ରାଗ ସୁଝାଇବାକୁ ସୁଯୋଗ ଅପେକ୍ଷାରେ ରହିଛି । ଏଥିପାଇଁ କେବଳ କଶ୍ମୀର ନୁହେଁ ଭାରତର ବିଭିନ୍ନ ବଡ଼ ବଡ଼ ସହରରେ ମଧ୍ୟ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି ।

ସମ୍ବନ୍ଧିତ ଖବର