ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ୍‌ ମଇ ୧୪ ତାରିଖରେ କାଉନ୍‌ସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍‌ (ସିଆଇଏସ୍‌ସିଇ) ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ ଅପରାହ୍ନ ୩ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସିଆଇଏସ୍‌ସିଇ ବୋର୍ଡର ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳକୁ ଅଫିସିଆଲ େଓ୍ଵବସାଇଟ୍‌ରେ ଦେଖି ପାରିବେ। ଏହି େଓ୍ଵବସାଇଟଟି ହେଲା cisce.org ।

ସୂଚନାଯୋଗ୍ୟ, କାଉନ୍‌ସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍‌ (ସିଆଇଏସ୍‌ସିଇ) ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ୨୦୧୮ ଫେବ୍ରୁଆରି ୨୬ରୁ ନେଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା। ଏତଦ୍‌ବ୍ୟତୀତ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ୨୦୧୮ ଫେବ୍ରୁଆରି ୭ରେ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଶେଷ ହୋଇଥିଲା।

ଛାତ୍ରଛାତ୍ରୀମାନେ ଅଫିସିଆଲ େଓ୍ଵବସାଇଟ୍‌ cisce.org ବ୍ୟତୀତ ଅନ୍ୟ େଓ୍ଵବସାଇଟ୍‌ ଯେଭଳି examresults.net କିମ୍ବା results.nic.inକୁ ଯାଇ ନିଜର ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳର ସୂଚନା ପାଇ ପାରିବେ। ଏହି େଓ୍ଵବସାଇଟ୍‌ରେ ବି ଛାତ୍ରଛାତ୍ରୀ ଦିନ ୩ଟା ପରେ ପରୀକ୍ଷାଫଳ ଦେଖି ପାରିବେ।

ସମ୍ବନ୍ଧିତ ଖବର