ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

ନୂଆଦିଲ୍ଲୀ : ଭାରତୀୟମାନେ ବିଶେଷକରି ଦେଶୀ ମଦ ଏବଂ ଭାରତରେ ପ୍ରସ୍ତୁତ ବିଦେଶୀ ମଦ (ଆଇଏମ୍‌ଏଫ୍‌ଏଲ)ର ବ୍ୟବହାର କରିଥାନ୍ତି। ୧୦ରୁ ୭୫ ବର୍ଷ ମଧ୍ୟରେ ୧୪.୬ ପ୍ରତିଶତ ଭାରତୀୟ ମଦ ପିଇଥାନ୍ତି। ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ପୁରୁଷ ହୋଇଥିବାବେଳେ ୫ ପ୍ରତିଶତ ମହିଳା। ପାଖାପାଖି ୧୬ କୋଟି ଭାରତୀୟ ମଦ ପିଇଥାନ୍ତି। ଭାରତରେ ୧୭ ଜଣ ପୁରୁଷ ମଦ ପିଉଥିବାବେଳେ ଜଣେ ମହିଳା ମଦ୍ୟ ପାନ କରିଥାନ୍ତି। ଭାରତରେ ପ୍ରତି ୩ ଜଣରେ ଜଣେ ଦେଶୀ ମଦ ପିଉଥିବାବେଳେ ୬୦ ପ୍ରତିଶତ ପୁରୁଷ ଆଲକୋହଲ ମାତ୍ରା ଅଧିକ ଥିବା ମଦ୍ୟ ମାନ କରିଥାନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ତ୍ରିପୁରାରେ ସର୍ବାଧିକ ୬୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି। ଏହା ତଳକୁ ଛତିଶଗଡ଼ରେ ଶତକଡ଼ା ୫୭.୨ ପ୍ରତିଶତ ଏବଂ ପଞ୍ଜାବରେ ୫୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି। ଦେଶର ୧୫ ରାଜ୍ୟରେ ଶତକଡ଼ା ୩୦ ପ୍ରତିଶତରୁ ଅଧିକ ପରିମାଣର ମଦ ବ୍ୟବହାର କରାଯାଇଥାଏ। ତେବେ ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ରେ ମହିଳାମାନେ ସର୍ବାଧିକ ମଦ ପିଇଥାନ୍ତି। ଅରୁଣାଚଳ ପ୍ରଦେଶରେ ୧୬ ପ୍ରତିଶତ ମହିଳା ମଦ ପିଉଥିବାବେଳେ ଛତିଶଗଡ଼ରେ ୧୪ ପ୍ରତିଶତ ମହିଳା ମଦ ପିଇଥାନ୍ତି।

ସମ୍ବନ୍ଧିତ ଖବର