ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ଲାଗି ସ୍ୱତନ୍ତ୍ର ହ୍ଵିଲଚେୟାର ନିର୍ମାଣ କଲେ ଏହି ଦୁଇ ଆଇଆଇଟି ଛାତ୍ର

ନୂଆଦିଲ୍ଲୀ: ଶାରିରୀକ ଅକ୍ଷମ ବ୍ୟକ୍ତି ମାନେ ହ୍ଵିଲଚେୟାରରୁ  ନିଜର ସୋଫା, ଶେଜ, ଗାଡି ଇତ୍ୟାଦିକୁ ଯିବାପାଇଁ  ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ଅନ୍ୟର ସାହାଯ୍ୟ ଦରକାର ହୁଏ । ବେଳେବେଳେ ନିଜେ ନିଜେ ଏହା କରିବା ବେଳେ ଆଘାତ ପ୍ରାପ୍ତ ହୋଇଥାନ୍ତି । ଏସବୁ ସମସ୍ୟାର ଏକ ସମାଧାନ ବାହାର କରିଛନ୍ତି ଦୁଇଜଣ ଆଇଆଇଟି ଛାତ୍ର ଅମିତ କୁମାର ଓ ଋତୁପର୍ଣ୍ଣା ଗୁହା । ସେମାନେ ବହୁ ଗବେଷଣା କଲାପରେ ଏକ ସ୍ୱତନ୍ତ୍ର ଧରଣର ହ୍ଵିଲଚେୟାର ତିଆରି କରିଛନ୍ତି । ଏହି ହ୍ଵିଲଚେୟାରରେ ବସିଥିବା ବ୍ୟକ୍ତି ନିଜେ ନିଜେ ସୋଫା, ଶେଜ ବା ଗାଡି ସିଟକୁ ଯାଇପାରିବେ । ଏଥିପାଇଁ ଅନ୍ୟର ସହାୟତା ଦରକାର ପଡିବ ନାହିଁ । ଏହି ଡିଜାଇନ ପାଇଁ ଉଭୟଙ୍କୁ ସମ୍ମାନଜନକ ଜେମ୍ସ ଡାଇସନ ପୁରସ୍କାର ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ଡିଜାଇନ ବା ଉଦ୍ଭାବନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ । ଗତ ବର୍ଷ ମଧ୍ୟ ଆଇଆଇଟିର ଦୁଇଜଣ ଛାତ୍ର ଏହି ପୁରସ୍କାର ଜିତିଥିଲେ ।

ସମ୍ବନ୍ଧିତ ଖବର