ମୁଜାଫରନଗର: ସରବତ ରୋଡ୍ ଅଞ୍ଚଳରେ ଥିବା ଏକ କବାଡ଼ିଆ ଦୋକାନରେ ବିସ୍ଫୋରଣ ଘଟିବା କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୋକାନରେ କେତେକ ରଦ୍ଦି ଜିନିଷ ଭଙ୍ଗାଭଙ୍ଗି ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିବା କଥା ପୁଲିସ କହୁଛି।
ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପୁଲିସ କର୍ମଚାରୀ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ରଦ୍ଦି ଜିନିଷ ଭଙ୍ଗାଭଙ୍ଗୀ କରୁଥିବା ମୃତ ଲୋକ ହେଲେ ୩୦ ବର୍ଷିୟ ତାଜିମ୍ ଏବଂ ୫୫ ବର୍ଷିୟ ଶାଜାଦ୍।
ଆହତମାନେ ହେଲେ ୟୁସୁଫ୍, ନଓ୍ଵାଜିସ୍, ନୌଶାଦ୍, ଶୋଏବ ଏବଂ କାଇଜର୍ ବେଗମ୍। ବିସ୍ଫୋରଣ ଘଟିବା ସମୟରେ ଏମାନେ ଦୋକାନ ବାଟ ଦେଇ ଯାଉଥିଲେ।
କେଉଁ ଜିନିଷ ଯୋଗୁଁ ବିସ୍ଫୋରଣ ଘଟିଲା ତାହା ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି।