ଜାପାନ ଆଡକୁ ମୁହାଁଇଛି ଏହି ଭୟଙ୍କର ସାମୁଦ୍ରିକ ଝଡ

ଟୋକିଓ : ଜାପାନକୁ ଆସୁଛି ଏକ ଭୟଙ୍କର ସାମୁଦ୍ରିକ ଝଡ଼ । ଏହାର ନାଁ ରହିଛି ଜଙ୍ଗଡାରୀ ସାମୁଦ୍ରିକ ଝଡ଼ । ଏହା ଆଜି ରାତିରେ ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି । ଏହା ଫଳରେ ଜାପାନରେ ପ୍ରବଳ ଝଡ଼ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ବାତ୍ୟା ଆସିବା ବେଳେ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ଥିବାରୁ ଜାପାନରେ ବିମାନ ଚଳାଚଳକୁ ବାତିଲ କରାଯାଇଛି ।

ବାତିଲ ହୋଇଥିବା ବିମାନ ଗୁଡ଼ିକ ମଧ୍ୟରେ ଅଧିକାଂଶ ଘରୋଇ ବିମାନ ଥିବାବେଳେ କେତେକ ଅନ୍ତର୍ଜାତୀୟ ବିମାନକୁ ମଧ୍ୟ ବାତିଲ କରାଯାଇଛି । ଜାପାନର ପୂର୍ବ ଉପକୂଳରେ ଏହା ସ୍ଥଳଭାଗକୁ ଛୁଇଁବା ସହ ପଶ୍ଚିମ ପଟକୁ ଗତି କରିବ । ଜାପାନରେ ଚଳିତ ଜୁଲାଇ ମାସରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସି ଏ ପର୍ଯ୍ୟନ୍ତ ପ୍ରାୟ ୨୦୦ ଲୋକ ପ୍ରାଣ ହରାଇସାରିଲେଣି । ଏହି ବାତ୍ୟା ଫଳରେ ସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର