ଉତ୍ତରପ୍ରଦେଶ: ଡଙ୍ଗା ବୁଡ଼ି ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ସାରାୟୁ ନଦୀରେ ଏକ ଦୁର୍ଘଟଣା ଘଟି ୬ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି ରାଜେଶ(୨୫), ବ୍ରିଜେଶ(୨୦), ମଗନ(୧୭), ବିଜୟ(୧୬), ତ୍ରିନାଥ(୧୨) ଏବଂ ସକିଲ(୧୨)।

ଲୋକମାନେ ମେଳା ଦେଖି ସାରି ନଦୀ ପାର୍‌ ହେଉଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ୬ ଜଣ ପାଣି ଭିତରକୁ ଖସି ପଡ଼ିଥିଲେ। ଡଙ୍ଗାରେ ଥିବା ଅନ୍ୟ ୩ ଜଣ ଯାତ୍ରୀ ପହଁରା ଶିଖିଥିବାରୁ କୂଳରେ ପହଞ୍ଚିବାରେ ସମର୍ଥ ହୋଇଥିଲେ। ପାଣିରେ ବୁଡ଼ି ଯାଇଥିବା ମୃତକମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଅନ୍ୟାନ୍ୟ ବୀମା କାରଣରୁ ସେମାନଙ୍କୁ ଆହୁରି ୫୬ ଲକ୍ଷ ଲେଖାଏଁ ମଧ୍ୟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର