୧୬ରେ ହେବ ବାୟୁସେନାର ସମରାଭ୍ୟାସ ବାୟୁଶକ୍ତି୨୦୧୯ : ଯୁଦ୍ଧ ବିମାନରୁ ବୋମା ମାଡ କରି ଟାର୍ଗେଟ ଧ୍ୱଂସ କରାଯିବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଆସନ୍ତା ୧୬ରେ ଅନୁଷ୍ଠିତ ହେବ ସମରାଭ୍ୟାସ ବାୟୁଶକ୍ତି ୨୦୧୯ । ଏଥିରେ ବାୟୁସେନାର କ୍ଷମତା ଓ ପ୍ରସ୍ତୁତିର ପ୍ରଦର୍ଶନ ହେବ । ଏଥିରେ ମିଗ୨୭ର ଗ୍ରାଉଣ୍ଡ ଆଟାକ କ୍ଷମତାର ପ୍ରଦର୍ଶନ ହେବ ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ୧୪ ତାରିଖରେ ଫୁଲ ଡ୍ରେସ ରିହଲସାଲ ଅନୁଷ୍ଠିତ ହେବ ।

ରାଜସ୍ଥାନର ଥର ମରୁଭୂମିରେ ଏହି ସମରାଭ୍ୟାସ ହେବ । ଏହି ସମରାଭ୍ୟାସରେ ସୁଖୋଇ, ଜାଗୁଆର, ତେଜସ ପ୍ରଭୃତି ବିମାନ ମଧ୍ୟ ଅଂଶଗ୍ରହଣ କରି ନିଜର ବିଧ୍ୱଂସକ କ୍ଷମତାର ପ୍ରଦର୍ଶନ କରିବେ । ମିଗ୍‌ ୨୭, ଜାଗୁଆର ଆଦି ଲଢୁଆ ବିମାନ ଆକାଶମାର୍ଗରୁ ଭୂମିରେ ଥିବା ଟାର୍ଗେଟଗୁଡିକୁ ବୋମା, ରକେଟ ଓ କ୍ଷେପଣାସ୍ତ୍ର ଆଦି ପକାଇ ଧ୍ୱଂସ କରିବ । ଏହା ସହିତ ଏଥିରେ ଲାଗିଥିବା ମେସିନ ଗନ ମାଧ୍ୟମରେ ମଧ୍ୟ ଗୁଳି ବର୍ଷା କରିବ । ବାୟୁଶକ୍ତିର ଅଭ୍ୟାସ ପୂର୍ବରୁ ଫେବ୍ରୁଆରୀ ୧୩ରେ ହେବାକୁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ପରେ ଏହାକୁ ୧୪କୁ ଘୁଞ୍ଚାଇଦିଆଯାଇଥିଲା ।

ସମ୍ବନ୍ଧିତ ଖବର