ପଶ୍ଚିମବଙ୍ଗ ହିଂସା: ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ କେଶରୀ ନାଥ

ନୂଆଦିଲ୍ଲୀ: ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଉପୁଜିଥିବା ହିଂସାକୁ ନେଇ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ତାଙ୍କର ଏକ ସୌଜନ୍ୟତା। ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ତ୍ରିପାଠୀ ମୋଦୀଙ୍କୁ ଭେଟି ନଥିବା ହେତୁ ଏହା ତାଙ୍କର ସୌଜନ୍ୟତାମୂଳକ ସାକ୍ଷାତ। ପଶ୍ଚିମବଙ୍ଗରେ ଉପୁଜିଥିବା ସମସ୍ୟା ପାଇଁ ସେ ମୋଦୀଙ୍କୁ ଭେଟିଥିଲେ ଏହା ବ୍ୟତୀତ ସେ ଆଉ କିଛି ବିଷୟରେ କହିପାରିବେ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ପଷ୍ଟ ମନା କରି ଦେଇଛନ୍ତି।

hindustantimes.com

ରାଜ୍ୟପାଳ ତ୍ରିପାଠୀଙ୍କ କାର୍ଯ୍ୟକାଳ ଜୁଲାଇ ୨୩ ତାରିଖରେ ଶେଷ ହେବ। ପଶ୍ଚିମବଙ୍ଗରେ ଉପୁଜିଥିବା ହିଂସା ହେତୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଆଡ୍‌ଭାଇଜରି ଜାରି ହେବା ପରେ ତ୍ରିପାଠୀ ମୋଦୀଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବା ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ଉପୁଜିଥିବା ହିଂସା ହେତୁ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୨ ଜଣଙ୍କ ଜୀବନ ଯାଇ ସାରିଲାଣି। ମୃତକଙ୍କ ମଧ୍ୟରେ ଉଭୟ ବିଜେପି ଓ ଟିଏମ୍‌ସି ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର