ଆଉ ୪୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ବିଜେପି ପକ୍ଷରୁ ଆଉ ୪୮ଟି ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତେବେ ଏହି ତାଲିକାରେ ଓଡ଼ିଶାର କୌଣସି ଆସନ ନାହିଁ । ଜୟନ୍ତ ସିହ୍ନା ହଜାରିବାଗରୁ ନିର୍ବାଚନ ଲଢିବାକୁ ଥିବାବେଳେ ଶ୍ରୀପଦ ନାୟକ ଉତ୍ତର ଗୋଆରୁ  ଓ ଅନୁରାଗ ଠାକୁର ହମିରପୁର ଆସନରୁ ଲଢିବେ ।  ଏ ସଂପର୍କରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ର ସଚିବ ଜେପି ନଡ୍ଡା ଘୋଷଣା କରିଛନ୍ତି ।

ଏହା ପୂର୍ବରୁ  ବିଜେପି ପକ୍ଷରୁ ୧୧ ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର