ଶିଶୁପାଳ ହେଲା ବର, ବେଦୀରେ ବରର ଅଶ୍ଳୀଳ କାରନାମା ଦେଖି ବାହା ହେବାକୁ ମନା କରି କାନ୍ଦିକାନ୍ଦି ଚାଲିଗଲେ କନ୍ୟା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାଲିୟା ଜିଲ୍ଲାର ମନିୟର ଅଞ୍ଚଳରେ ଜୟମାଳା ସମୟରେ ବରର ଅଶ୍ଳୀଳ ସ୍ୱଭାବ ଦେଖି କନ୍ୟା ବିବାହ କରିବାକୁ ମନା କରିଦେବା ସହିତ ବରଯାତ୍ରୀଙ୍କୁ ଫେରାଇ ଦେଇଛନ୍ତି।

ମନିୟର ଥାନା ଅଞ୍ଚଳରେ ଭାଗିପୁର ଗ୍ରାମର ଦେବେନ୍ଦ୍ର କୁମାରଙ୍କ କନ୍ୟା କୁସୁମଙ୍କ ବିବାହ ଜୁନ୍‌ ତିନି ତାରିଖରେ ଶାହଜାହାପୁରର ନଦନୋପୁର ଥାନା ଅଞ୍ଚଳର ନବାଦା ରୁଦ୍ରପୁର ଗ୍ରାମର ନିବାସି ଦୋଦରାମ ଗୌତମଙ୍କ ପୁତ୍ର ଅମିତ କୁମାରଙ୍କ ସହିତ ସ୍ଥିର ହୋଇଥିଲା।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବରଯାତ୍ରୀ ଆସିଥିଲା ଧୁମ୍‌ଧାମ୍‌ରେ ତାଙ୍କର ସ୍ୱାଗତ ହୋଇଥିଲା। ସବୁ ରୀତିନୀତି ସରିବା ପରେ ଜୟମାଳା ଆରମ୍ଭ ହେବାକୁ ଥିଲା। ଏହି ସମୟରେ ବର ନିଶାରେ କନ୍ୟା ସହିତ ଅଶ୍ଳୀଳ ବ୍ୟବହାର କରିଥିଲା। ଫଳରେ କନ୍ୟା ଏହି ବିବାହରେ ରାଜି ନାହିଁ କହି ବେଦୀ ଉପରୁ ଉଠି କାନ୍ଦିକାନ୍ଦି ଘର ଭିତରକୁ ଚାଲି ଯାଇଥିଲେ। କିଛି ଲୋକ କନ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସେ କୌଣସି କଥା ଶୁଣିବାକୁ ରାଜି ହୋଇ ନଥିଲେ। ଏହାପରେ ବରଯାତ୍ରୀ କନ୍ୟାଙ୍କୁ ନନେଇ ଫେରି ଯାଇଥିଲେ।

 

ସମ୍ବନ୍ଧିତ ଖବର