କରୋନା ପରୀକ୍ଷା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଟେଷ୍ଟିଂ କିଟ ଉତ୍ପାଦନ ଲାଗି ଶିଳ୍ପଜଗତକୁ ମୋଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ:  କରୋନା ଭାଇରସ ବା  କୋଭିଡ-୧୯ ପରୀକ୍ଷା ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ନିଦାନ କିଟ ଉତ୍ପାଦନ କରିବା ଲାଗି     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଉଦ୍ୟୋଗ ଜଗତର ନେତୃବର୍ଗଙ୍କୁ ନିବେଦନ କରିଛନ୍ତି ।

କୋଭିଡ-୧୯ ଆହ୍ୱାନର ମୁକାବିଲା କ୍ଷେତ୍ରରେ ଔଷଧ ଉତ୍ପାଦକ ଏବଂ ବିତରକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଉଦ୍ୟୋଗ ଜଗତ ଏପରି ଏପରି ଏକ ସଂକଟମୟ ପରିସ୍ଥିତିରେ ଜରୁରି ଔଷଧ, ଚିକିତ୍ସା ଉପକରଣ ଏବଂ ସରଞ୍ଜାମ ଯୋଗାଣ ଯଥେଷ୍ଟ ପରିମାଣରେ ଜାରି ରଖିବା ସହିତ ଅଭିନବ ସମାଧାନ ଖୋଜିବାର ମଧ୍ୟ ଆବଶ୍ୟକତା ରହିଛି ।

ସକ୍ରିୟ ଔଷଧୀୟ ଉପାଦାନ (ଏପିଆଇ) ଯୋଗାଣ ଜାରି ରଖିବା ଲାଗି ଉଦ୍ୟୋଗ ଜଗତକୁ ସହାୟତା କରିବା ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏଭଳି ଏପିଆଇ ଉତ୍ପାଦନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଦେଶ ଭିତରେ ଜରୁରି ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଉତ୍ପାଦନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଯଥାକ୍ରମେ ୧୦ ହଜାର କୋଟି ଏବଂ ୪ ହଜାର କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦେଇଛନ୍ତି ।

ଔଷଧର କଳବଜାରୀ ଏବଂ ବେଆଇନ ମହଜୁଦ କରି ରଖିବା ଉପରେ ସତର୍କ ଦୃଷ୍ଟି ରଖିବା ଏବଂ ଜରୁରି ଔଷଧ ଯୋଗାଣ ବଜାୟ ରଖିବା ନିମନ୍ତେ ସେ ଖୁଚୁରା ଔଷଧ ବିକ୍ରେତା ଏବଂ ଫାର୍ମାସିଷ୍ଟମାନଙ୍କୁ ଅନୁରୋଧ କରିଥିଲେ । ଫାର୍ମାସ୍ୟୁଟିକାଲ ଆସୋସିଏନ ପକ୍ଷରୁ ସଂକଟମୟ ପରିସ୍ଥିତିରେ ବଳିଷ୍ଠ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବ୍ୟକ୍ତ କରାଯାଇଥିଲା । ଆସୋସିଏସନ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ଜରୁରି ଔଷଧ ଏବଂ ଚିକିତ୍ସା ସରଞ୍ଜାମର ନିରନ୍ତର ଯୋଗାଣ ପ୍ରତି ସଂକଳ୍ପବଦ୍ଧ ତଥା ନୂଆ ଟିକା ବିକଶିତ କରିବା ଦିଗରେ ସେମାନେ ପ୍ରୟାସ ଜାରି ରଖିଛନ୍ତି । ଔଷଧ କ୍ଷେତ୍ର ପାଇଁ ସରକାରୀଙ୍କ ନୀତିଗତ ଘୋଷଣା ଏହି କ୍ଷେତ୍ରକୁ ବିଶେଷ ପ୍ରୋତ୍ସାହନ ଦେବ ।

ସମ୍ବନ୍ଧିତ ଖବର