ପ୍ରଦୂଷଣ ନିୟନ୍ତ୍ରଣ ମାମଲା: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ରଦୂଷଣ ସ୍ଥିତି ନେଇ  ସୁପ୍ରିମ୍‌ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ କି କି ପଦକ୍ଷେପ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗ୍ରହଣ କରିଛନ୍ତି ସେ ବାବଦରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶକୁ କ୍ଷତି ପହଞ୍ଚାଉଥିବା ଇନ୍ଧନ ବ୍ୟବହାର ନ କରିବା, ବାଣ ବିକ୍ରିକୁ ରୋକିବା ଏବଂ ପ୍ରଦୂଷଣ ବଢ଼ାଉଥିବା ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇବାକୁ ଦାବି କରି ସୁପ୍ରିମ କୋର୍ଟରେ ହୋଇଥିବା ଏକ ଅବେଦନ ଉପରେ ଆଜି ଶୁଣାଣି ହୋଇଥିଲା।

ବିଚାରପତି ଏକେ ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ପ୍ରଦୂଷଣକୁ ନେଇ ଜଟିଳ ସ୍ଥିତି ଉତ୍ପନ୍ନ ହୋଇଥିବାରୁ ଏ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜଣାଇବାକୁ ହେବ। ଗତ ଅକ୍ଟୋବରରେ ସୁପ୍ରିମ୍‌ କୋର୍ଟ ଏକ ଆଦେଶରେ ଦିଲ୍ଲୀ ଏନ୍‌ସିଆର ଅଂଚଳରେ ଦିପାବଳୀରେ ବାଣ ବିକ୍ରିକୁ ନିଷିଦ୍ଧ କରିଥିଲେ। ସମଗ୍ର ଦେଶରେ ବାଣ ବିକ୍ରିକୁ ନିଷିଦ୍ଧ କରିବା ପାଇଁ ମଧ୍ୟ ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର