ଅପଣ ‘ମୁଡ୍‌ ସୁଇଙ୍ଗ୍‌’ର ଶିକାର କି ?

କୁହାଯାଏ କି ମହିଳାମାନଙ୍କ ମନରେ କେବଳ ଏପରି ଚିନ୍ତା ଥାଏ । କିନ୍ତୁ ପୁରୁଷ ମାନଙ୍କୁ ମଧ୍ୟ ଏହି ଚିନ୍ତାର ଶିକାର ହେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ କେତେକ ମତ ଦିଅନ୍ତି ପୁରୁଷମାନଙ୍କର ବିଶେଷ ଭାବନା ନ ଥାଏ, ସେମାନେ ଇମୋସନାଲ ନୁହଁନ୍ତି । କିନ୍ତୁ ମହିଳା ବହୁତ ସମ୍ବେଦନଶୀଳ ହୋଇଥାଆନ୍ତି । ଯେଉଁଥିପାଇଁ ସେମାନଙ୍କର ବହୁତ କମ୍‌ ସମୟ ମଧ୍ୟରେ ମୁଡ୍‌ ପରିବର୍ତ୍ତନ ହୋଇଯାଏ । ଏହାକୁ ‘ମୁଡ୍‌ ସୁଇଙ୍ଗ୍‌’ କୁହାଯାଏ । ମୁଡ୍‌ ସୁଇଙ୍ଗ୍‌ର ସମସ୍ୟା ଯେତେବେଳେ ଆସେ, ସେତେବେଳେ ମୁଣ୍ଡକୁ ବିଭିନ୍ନ କଥା ଆସିଥାଏ । କିଛିି ଭଲ ଆସିଥାଏ ତ କିଛିି ଖରାପ ଆସିଥାଏ । ଭଲ କଥା ଆସିଲେ ଆପଣ ଖୁସି ହୋଇଯିବେ ଏବଂ ଖରାପ କଥା ମନେ ପଡ଼ିଲେ କ୍ରୋଧିତ ହୋଇଯିବେ । ଏପରି ସ୍ଥଳେ ମନୁଷ୍ୟକୁ ଘଣ୍ଟାର ପେଣ୍ଡୁଲମ୍‌ ପରି ତା’ର ମୁଡ୍‌ ଏପଟସେପଟ କରିଥାଏ ।

ମହିଳାଙ୍କୁ ଖାଲି ମୁଡ୍‌ ସୁଇଙ୍ଗ୍‌ର ସମସ୍ୟା ହୋଇ ନ ଥାଏ । ମହିଳାଙ୍କ ସହିତ ଏମିତି ବି ପୁରୁଷ ଅଛନ୍ତି ଯାହାଙ୍କୁ ବେଳେବେଳେ ଏହି ସମସ୍ୟାର ଶିକାର ହେବାକୁ ପଡ଼ିଥାଏ। ମୁଡ୍‌ ସୁଇଙ୍ଗ୍‌ ପାଇଁ ଶରୀରରେ ହାର୍ମୋନାଲ ପରିବର୍ତ୍ତନ ହୋଇଥାଏ । ଯାହା ହେଉଛିି ଗୋଟେ ଆନ୍ତରିକ କ୍ରିୟା । ପୁରୁଷ ବହୁତ୍‌ ଭାବନାତ୍ମକ ସ୍ତରରେ ମଜଭୁତ୍‌ ହୋଇଥାଆନ୍ତି । ଫଳରେ ସେ ତାଙ୍କର ଦୁଃଖ ହଠାତ୍‌ ପ୍ରକାଶ କରି ପାରନ୍ତି ନାହିଁ । ମହିଳାମାନେମାନେ କିନ୍ତୁ ଏପରି ନୁହଁନ୍ତି । ପୁରୁଷମାନେ କାନ୍ଦିଲେ , ତାକୁ ଦୁର୍ବଳତା କୁହନ୍ତି । ସେଥିପାଇଁ ସେମାନେ ନିଜ ଭିତରେ ସବୁ ଭାବନାକୁ ଦବେଇ ରଖିଥାଆନ୍ତି । ଫଳରେ ସେ ଅଧିକ ଚିନ୍ତିତ ଥାଆନ୍ତି ।

ମୁଡ୍‌ ସୁଇଙ୍ଗ୍‌ର ସମସ୍ୟା ଯେତେବେଳେ ଆସେ, ସେତେବେଳେ ମୁଣ୍ଡକୁ ବିଭିନ୍ନ କଥା ଆସିଥାଏ । କିଛିି ଭଲ ଆସିଥାଏ ତ କିଛିି ଖରାପ ଆସିଥାଏ । ଭଲ କଥା ଆସିଲେ ଆପଣ ଖୁସି ହୋଇଯିବେ ଏବଂ ଖରାପ କଥା ମନେ ପଡ଼ିଲେ କ୍ରୋଧିତ ହୋଇଯିବେ । ଏପରି ସ୍ଥଳେ ମନୁଷ୍ୟକୁ ଘଣ୍ଟାର ପେଣ୍ଡୁଲମ୍‌ ପରି ତା’ର ମୁଡ୍‌ ଏପଟସେପଟ କରିଥାଏ ।

କେମିତି ଜାଣିବେ ମୁଡ୍‌ ସୁଇଙ୍ଗ୍‌ର ଶିକାର?

ଯଦି ଆପଣ ବହୁତ ଜଲଦି-ଜଲଦି ଅନ୍ୟ ଲୋକଙ୍କ ଉପରେ ଇର୍ଷାଳୁ ହୋଇ ଉଠନ୍ତି ଓ ଅନ୍ୟମାନଙ୍କର ସଫଳତା ଦେଖି ସହିପାରନ୍ତି ନାହିଁ । ଅନ୍ୟମାନଙ୍କର ଖୁସି ଆପଣଙ୍କୁ ଚିନ୍ତିତ କରାଏ । ଏପରି ଲକ୍ଷଣ ସବୁ ଥିଲେ , ଆପଣ ମୁଡ୍‌ ସୁଇଙ୍ଗ୍‌ର ଶିକାର ହୋଇଛନ୍ତି ବୋଲି ଜଣାପଡେ ।

ଯଦି ଆପଣଙ୍କର କ୍ରୋଧର ସୀମା ନ ରୁହେ, ଆପଣ ହଠାତ୍‌ କ୍ରୋଧିତ ହୋଇଯାଆନ୍ତି। ଏହା ମଧ୍ୟ ମୁଡ୍‌ ସୁଇଙ୍ଗ୍‌ର ଏକ ଲକ୍ଷଣ । ନିରାଶ ଏବଂ ଚିନ୍ତାରେ ଆପଣ ସବୁବେଳେ ରହିଥାଆନ୍ତି । ଠିକ୍‌ ଭାବରେ ନିଦ ହୁଏ ନୁହେଁ । ତା’ହେଲେ ଆପଣ ଜାଣିପାରିବେ ଆପଣ ମୁଡ୍‌ ସୁଇଙ୍ଗ୍‌ର ଶିକାର ହୋଇଛନ୍ତି । ଆପଣଙ୍କ ଭିତରେ ଗୋଟେ ଅଲଗା ପ୍ରକାରର ଡର ସୃଷ୍ଟି ହୋଇଥାଏ । ଯଦି ଆପଣ ପୁରୁଷ ଅଟନ୍ତି ତା’ହେଲେ ଆପଣ କିଛି ଲଜ୍ଜା କରିବା ଉଚିତ୍‌ ନୁହେଁ । ଏହା ବହୁତ ସାଧାରଣ କଥା । ସଂକୁଚିତ ହେବା ଅପେକ୍ଷା ଏହାର ସମାଧାନ କରିବା ଉଚିତ୍‌ ।

ସମ୍ବନ୍ଧିତ ଖବର